Site icon Odisha.com

ମାଓବାଦୀ ଓ ମିଡ଼ିଆ ଉପରେ ଆଲୋଚନା ଚକ୍ର

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମାଓବାଦୀ ଓ ମିଡ଼ିଆ ଉପରେ ବରଗଡ଼ ଠାରେ ଏକ ଆଲୋଚନ ଚକ୍ର ଅନୁଷ୍ଠିତ ହୋଇଛି ।

ସଭାପତି ଶଙ୍କର ବଲ୍ଲଭ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଗଣମାଧ୍ୟମ
ପ୍ରତିନିଧିମାନେ ମାଓବାଦୀ ସମ୍ବାଦ ଲେଖନୀରେ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।

ମାଓବାଦୀ ସମସ୍ୟାର ସମାଧାନ ପାଇଁ ଜନ ସାଧାରଣଙ୍କୁ ବିକାଶ ପ୍ରକ୍ରିୟାରେ ସାମିଲ କରିବା ନିତାନ୍ତ
ଆବଶ୍ୟକ ଏବଂ ତୃଣମୂଳ ସ୍ତରରୁ ଲୋକଙ୍କୁ ସଂପୃକ୍ତ କରାଯାଇ ପାରିଲେ ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଖୋେଇଥିବା ସମସ୍ୟା ଦୂର ହୋଇପାରିବ ବୋଲି ଆଲୋଚନା ଚକ୍ରରେ ଯୋଗେଇଥିବା ବକ୍ତାମାନେ କହିଛନ୍ତି ।

ରାଜ୍ୟରେ ମାଓବାଦୀ ସମସ୍ୟା ବୃଦ୍ଧି ପାଇଥିବା ବେଳେ ଗ୍ରାମାଂଚଳରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଏଦିଗରେ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି । ଏଥିରେ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ସାମ୍ବାଦିକମାନେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version