Site icon Odisha.com

ଧାନର ଅଭାବୀ ବିକ୍ରି, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ଚଳିତ ସଂଗ୍ରହ ଋତୁରେ ଚାଷୀମାନେ ଯେପରି ଧାନର ଅଭଦ ଦାବୀବିକ୍ରି ଭଳି ପରିସ୍ଥିତିର ସମ୍ମୁଖିନ ନହୁଅନ୍ତି ସେଥିପ୍ରତି ସତର୍କ ରହିବାକୁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ଚାଷୀ ମାନଙ୍କ ସୁବିଧାକୁ ଆଖି ଆଗରେ ରଖି ପର୍ଯ୍ୟାପ୍ତ ସଂଖ୍ୟକ ଧାନ ସଂଗ୍ରହ କେନ୍ଦ୍ର ଖୋଲିବା ପାଇଁ ସେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା କରି ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୧-୧୨ ବର୍ଷ ପାଇଁ ଖାଦ୍ୟ ସଂଗ୍ରହ ନୀତିରେ ୨୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବାର ଲକ୍ଷ ଧାର୍ଯ୍ୟ କରାଯାଇଛି ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ମଧ୍ୟ କୁଇନ୍ଟାଲ ପିଛା ୮୦ ଟଙ୍କା ବୃଦ୍ଧି କରାଯାଇଛି ।

ଧାନର ସହାୟକ ମୂଲ୍ୟ ୧୦୮୦ ଟଙ୍କା ରଖାଯାଇଥିବା ବେଳେ ଗ୍ରେଡ଼୍ ଏ ଧାନର ସହାୟକ ମୂଲ୍ୟ ୧୧୦୦
ଟଙ୍କା ରଖାଯାଇଛି । ତେଣୁ ଚାଷୀ ଯେପରି ଠିକ୍ ଭାବେ ସହାୟକ ମୂଲ୍ୟ ପାଇବେ ତାହା ସୁନିଶ୍ଚିତ କରିବା ପାଇଁ କୁହାଯାଇଛି ।

ଚାଷୀଙ୍କୁ ହଇରାଣ କରିବାକୁ ଉଦ୍ୟମ କରୁଥିବା ଅସାଧୁ ବ୍ୟବସାୟୀ ତଥା ଲାଲ୍ ମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version