Site icon Odisha.com

ସମୁନ୍ଦ୍ରରେ ବୁଡ଼ି ଦୁଇ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍) ପୁରୀ ସମୁନ୍ଦ୍ରରେ ଗାଧୋଉ ଥିବା ବେଳେ ରବିବାର ବୁଡ଼ିଯାଇ ଦୁଇ ଜଣ ମହିଳା ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଥିବା ପୋଲିସ କହିଛି ।

ଉକ୍ତ ମହିଳାମାନେ ଇସ୍କନ ଭକ୍ତ ଓ ସେମାନେ ଅନୁଷ୍ଠିତ ଏକ ଇସ୍କନ ଭକ୍ତ ସମ୍ମିଳନୀରେ ଯୋଗ ଦେବା ପାଇଁ
ପୁରୀ ଆସିଥିଲେ । ଅପରାହ୍ନ ପ୍ରାୟ ପାଞ୍ଚଟା ବେଳେ ସେମାନେ ଗାଧୋଉ ଥିବା ବେଳେ ନିଖୋଜ
ହୋଇଯାଇଥିଲେ ।

ଖୋଜା ଖୋଜି କରିବା ପରେ ଦୁଇ ଜଣଙ୍କ ଶବ ଭାସିଆସି ଅଲଗା ଅଲଗା ସ୍ଥାନରେ ଲାଗିଥିଲା । ଏମାନେ ମଣିପୁରର ବୋଲି ଜଣାପଡ଼ିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version