Site icon Odisha.com

ଟ୍ରକ୍ରେ ଖଣିଜ ପାର୍ଥ ପରିବହନ ବନ୍ଦ ବିରୋଧରେ ରେଳରୋକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ଟ୍ରକ୍ ଯୋଗେ ଖଣିଜ ପଦାର୍ଥ ପରିବହନ ବନ୍ଦ ନିଷ୍ପତିକୁ ବିରୋଧ କରି କେନ୍ଦୁଝର ଜିଲ୍ଲାରେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ସୋମବାର ରେଳ ରୋକ କରାଯାଇଛି ।

ସଂଘର କର୍ମକର୍ତାମାନେ କେନ୍ଦୁଝର ରେଳ ଷ୍ଟେସନ ଠାରେ ଏକତ୍ରିତ ହୋଇ ରେଳ ରୋକରେ ସାମିଲ ହୋଇଥିବା ବେଳେ ବାଂଶପାଣି ଠାରେ ଯୋଡ଼ା ଟ୍ରକ ମାଲିକ ସଂଘର ପାଂଚ ହଜାର କର୍ମକର୍ତ୍ତା ରେଳ ରୋକ କରିଛନ୍ତି ।

ସମଗ୍ର ଜିଲ୍ଲାର ଟ୍ରକ ମାଲିକମାନେ ମାଲବାହୀ ଟ୍ରେନ ଲାଇନ୍ ଉପରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଧାରଣା ଦେଇଛନ୍ତି ।ସେମାନେ ରେଳ ଲାଇନ ଉପରେ ବସିରହିଥିବାରୁ ମାଲାବାହୀ ଟ୍ରେନ୍ ଗୁଡ଼ିକ ଅଟକି ରହିଛି । ତେବେ ଯାତ୍ରୀବାହୀ ଟ୍ରେନ୍ ଗୁଡ଼ିକୁ ଅଟକ ରଖାଯିବ ନାହିଁ ବୋଲି କୁହାଯାଇଛି ।

ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ଗତ ମଙ୍ଗଳବାର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା ଏବଂ ଗତ ୩୧ ତାରିଖରେ କେନ୍ଦୁଝର ଜିଳ୍ଲା ବନ୍ଦ ଡ଼ାକରା ଦିଆଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version