Site icon Odisha.com

ଶିମିଳିପାଳରେ ରାତ୍ରୀଯାପନ ପାଇଁ ପର୍ଯ୍ୟଟକଙ୍କୁ ଅନୁମତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାରିପଦା, ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀ ଆକ୍ରମଣର ଦୁଇ ବର୍ଷ ପରେ ମୟୁରଭଂଜ ଜିଲ୍ଲାରେ ଥିବା ଶିମିଳିପାଳ ଅଭୟାରଣ୍ୟ ଗେଷ୍ଟ ହାଉସ୍ରେ ଯାତ୍ରୀଯାପନ ପାଇଁ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇଛି ।

ଗୁଡ଼ୁଗୁଡ଼ିଆ ସ୍ଥିତ ଗେଷ୍ଟହାଉସ୍ରେ ପର୍ଯ୍ୟଟକମାନେ ରାତିରେ ରହିପାରିବେ ଏବଂ ସୋମବାର ଠାରୁ ଏହି ଅନୁମତିିଆଯାଇଥିବା ବେଳେ ଦୈନିକ ୬୦ଟି ଗାଡ଼ି ଅଭୟାରଣ୍ୟ ଭିତରକୁ ଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ମାଓବାଦୀ ଆକ୍ରମଣ ପରେ ଗତ ୨୮ ମାର୍ଚ୍ଚ ୨୦୦୯ରୁ ଏହା ବନ୍ଦ ରହିଥିଲା ଏବଂ ଡ଼ିସେମ୍ବର ୨୦୧୦ରେ
ପୁଣି ଖୋଲିଥିଲା । କିନ୍ତୁ ଅଭୟାରଣ୍ୟରେ ରାତ୍ରୀ ଯାପନ ଉପରେ କଟକଣା ଜାରି କରାଯାଇଥିଲା ।

ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁଡ଼ୁଗୁଡ଼ିଆ ତଥା ଆଖପାଖ ଅଂଚଳରେ ଶସସ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version