Site icon Odisha.com

ସାତଟି ଜିଲ୍ଲାରେ ନୂତନ ବିପିଏଲ୍ ସର୍ଭେ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ସାତଟି ଜିଲ୍ଲାରେ ସୋମବାର ଠାରୁ ନୂତନ ବିପିଏଲ୍ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି ।

ଲୋକଙ୍କ ସାମାଜିକ ଓ ଆର୍ଥିକ ମାନଦଣ୍ଡକୁ ନେଇ ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନଗିରି ଏବଂ କନ୍ଧମାଳ ଜିଲ୍ଲାରେ ଏହି ସର୍ଭେ କରାଯାଉଛି ।

୬ ହଜାର ୯୦୦ ଜନଗଣନାକାରୀଙ୍କୁ ସର୍ଭେ କାର୍ଯ୍ୟରେ ସାମିଲ କରାଯାଇଛି । ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ସର୍ଭେ କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା କରାଯାଇଥିଲା କିନ୍ତୁ ଉପନିର୍ବାଚନ ପାଇଁ ଏହାକୁ ବାତିଲ କରିିଦିଆଯାଇଛି ।

ପଂଚାୟତିରାଜ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ଏବଂ ଜନଗଣନା ନିର୍ଦ୍ଦେଶାଳୟ ମିଳିତ ଭାବରେ ଏହି କାର୍ଯ୍ୟର ତଦାରଖ କରୁଛନ୍ତି । ସର୍ଭେ ପାଇଁ ଚାରୋଟି ପର୍ଯ୍ୟାୟରେ କର୍ମଚାରୀ ଏବଂ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଇଛି ।

ପୂର୍ବରୁ ଆସନ୍ତା ଫେବୃୟାରୀରେ ପଞ୍ଚାୟତ ନିର୍ବାଚନ ଥିବାରୁ ସରକାର ସେପ୍ଟେମ୍ବର ୧୫ ସୁଦ୍ଧା ବିପିଏଲ୍ ସର୍ଭେ ଆରମ୍ଭ କରି ୪୫ଦିନ ମଧ୍ୟରେ ଶେଷ କରିବାକୁ ଯୋଜନା ରଖିଥିଲେ । ତେବେ ନିଦ୍ଧାରିତ ସମୟ ମଧ୍ୟରେ ସର୍ଭେ କାର୍ଯ୍ୟ ପାଇଁ ଆବଶ୍ୟକ ଡ଼ାଟାଏନ୍ଟ୍ରି ମେଶିନ ପଂହଁଚି ପାରିନଥିଲା ।

ଆବଶ୍ୟକ ସଂଖ୍ୟକ ଡ଼ାଟାଏନ୍ଟ୍ରି ଅପରେଟରନ ଥିବାର ସର୍ଭେ କାର୍ଯ୍ୟ ବିଳମ୍ବିତ ହୋଇପାରେ ବୋଲି ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version