Site icon Odisha.com

ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ହ୍ୱୀଲରଦ୍ୱୀପରୁ ମଙ୍ଗଳବାର ଆଣବିକ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ର “ଅଗ୍ନି-୪’ର ସଫଳ ପରୀକ୍ଷଣ କରାଯାଇଛି ।

ସକାଳ ୯ଟାରେ ଚାରି ନମ୍ବର ଲଂଚ ପ୍ୟାଡ଼ରୁ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି
କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ୨୦ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ୨୫୦୦ରୁ ୩୦୦୦ କିମି
ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଥିବା ବେଳେ ୧୭ ଟନ୍ ଓଜନର ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ମଧ୍ୟ ରହିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version