ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କୋରାପୁଟ,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲାରେ ପୋଲିସ କନଷ୍ଟେବଳ ନିଯୁକ୍ତି ପାଇଁ ମଙ୍ଗଳବାର ଦୌଡ଼ ପରୀକ୍ଷା ଚାଲିଥିବା ବେଳେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି ।
ସ୍ଥାନୀୟ ୩ୟ ବାଟାଲିୟନ୍ରେ ଏହି ପରୀକ୍ଷା ଚାଲିଥିବା ବେଳେ ଆଜି ନୀଳ କୁମାର ରାୟ ନାମକ ଯୁବକ ୫ କିମି ଦୌଡ଼ିବା ପରେ ଅସୁସ୍ଥ ହୋଇପଡ଼ିଥିଲେ ।
ସେଠାରେ ଥିବା ଡ଼ାକ୍ତର ତୁରନ୍ତ ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ ଏବଂ ପରେ କୋରାପୁଟ ମୁଖ୍ୟ ଡ଼ାକ୍ତରଖାନାକୁ ନେଇଥିଲେ । ତେବେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଂପୃକ୍ତ ଯୁବକ ଜଣ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡ଼ିଛି ।
ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଚୟନ ପରୀକ୍ଷାର ଆଜି ଶେଷଦିନ । ମୋଟ୍ ୩୮୭ଟି ପବୀ ପାଇଁ ଚୟନ ପରୀକ୍ଷା ଚାଲିଥିଲା ।
ଓଡ଼ିଶା ଡ଼ଟ୍ କମ୍