Site icon Odisha.com

ପୋଲିସ ଇନ୍ଫର୍ମର ସନ୍ଦେହରେ ୱାର୍ଡ଼ ମେମ୍ବରଙ୍କୁ ହତ୍ୟା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ବଲାଙ୍ଗୀର ଜିଲ୍ଲାରେ ମାଓବାଦୀମାନେ ଜଣେ ୱାର୍ଡ଼ ମେମ୍ବରଙ୍କୁ ଗୁଳିକରି ହତ୍ୟା କରିଥିବା ପୋଲିସ ମଙ୍ଗଳବାର କହିଛି ।

ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଖୁରିପାଣି ପଂଚାୟତ ୱାର୍ଡ଼ ମେମ୍ବର କୃଷ୍ଣ ପୁଂଜଙ୍କୁ ତେକେକ ମାଓବାଦୀ ସୋମବାର ରାତିରେ ଘରୁ ଡ଼ାକିନେଇ ହତ୍ୟା କରିଥିବା ଜଣେ ଅଧିକାରୀ କହିଛନ୍ତି ।

ସ୍ଥାନୀୟ ଲୋକଙ୍କୁ ଶୋଷଣ କରୁଥିବା ତଥା ପୋଲିସ ଇନ୍ଫର୍ମର ଭାବେ କାମ କରୁଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଘଟଣାସ୍ଥଳରେ ସେମାନେ ଛାଡ଼ିଯାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି ।

ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ କୁମ୍ବିଂ ଅପରେଶନ ଜାରି ରହିଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version