ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ଅନୁଗୁଳ ଜିଲ୍ଲାରେ ଏକ ଶିଳ୍ପାଚଂଳ ପାର୍କ ସ୍ଥାପନ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ ମଙ୍ଗଳବାର ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛି ।
ପୂର୍ବରୁ କମ୍ପାନୀ କରୁଥିବା ଛଅ ମିଲିଅନ ଟନ୍ ବିଶିଷ୍ଟ ଇସ୍ପାତ ପ୍ରକଳ୍ପ ଅଂଚଳ ଠାରୁ ତିନି କିମ ଦୂର ପଜରଙ୍ଗ ଠାରେ ଏହି ପାର୍କ ସ୍ଥାପନ କରିବାକୁ ଯୋଜନା କରିଥିବା ଏହାର ଓଡ଼ିଶା ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ଝା ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।
ମୋଟ୍ ୧୪୦୦ ଏକର ଜମିରେ ଏହି ପାର୍କ ନିର୍ମାଣ କରାଯିବ ଏବଂ ଏହାଦ୍ୱାରାସଂପୃକ୍ତ ଅଂଚଳରେ ଶିଳ୍ପ କାର୍ଯ୍ୟକଳାପ ବୃଦ୍ଧି ପାଇବ, ସେ କହିଛନ୍ତି ।
“”ଆସନ୍ତା ୨୦୧୩-୧୪ରୁ ଏହା କାର୍ଯ୍ୟକ୍ଷମ କରିବାକୁ ଆଶା କରାଯାଉଛି ଏବଂ ଏଥିପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ପାର୍କ ଦ୍ୱାରାପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବରେ ୩୨ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ” ସେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍