• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଲୁହାପଥର ରପ୍ତାନୀ ବନ୍ଦ ଉପରେ ତୁରନ୍ତ ନିଷ୍ପତି ଦ।ବି

November 16, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ଦେଶର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଲୁହାପଥର ରପ୍ତାନୀ ବନ୍ଦ କରିବା ସହିତ ଖଣି ମାଲିକମାନେ ପାଉଥିବା ଲାଭ ଉପରେ ପଚାଶ ପ୍ରତିଶତ ଟିକସ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦ।ବି କରିଛନ୍ତି ।

ବର୍ତମାନର ଆର୍ଥିକ ତଥା ନିୟନ୍ତ୍ରଣ ବ୍ୟବସ୍ଥା ଯୋଗୁଁ ମୁଷ୍ଟିମେୟ ଖଣି ମାଲିକମାନେ ବିପୁଳ ପରିମାଣରେ ଲାଭ ପାଉଥିବା ବେଳେ ଖଣି ଅଂଚଳରେ ରହୁଥିବା ଲୋକଙ୍କର କୌଣସି ଲାଭ ହେଉନାହିଁ ବୋଲି ମୁଖ୍ୟମନ୍ତ୍ରୀ ପତ୍ରରେ ଦର୍ଶାଇଛନ୍ତି ।

ତେଣୁ ଖଣି ମାଲିକଙ୍କ ଉପରେ ପଚାଶ ପ୍ରତିଶତ ଟିକସ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ।

ଏହା ଉପରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ତାର ମତାମତ ଦେଇସାରିଥିବ ବୋଲି ଆଶା ବ୍ୟକ୍ତକରି ଏହା ଉପରେ ଯଦି ଅଧିକ ତଥ୍ୟ ଆବଶ୍ୟକ ତାହା ତୁରନ୍ତ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏ ସଂପର୍କିତ ନିଷ୍ପତି ଉପରେ ଆଉ ବିଳମ୍ବ ନକରିବା ପାଇଁ ସେ ଦ।ବି କରିଛନ୍ତି ।

ସେହିପରି ଗତ ମାସରେ ଜାତୀୟ ଉନ୍ନୟନ ପରିଷ ବୈଠକରେ ଲୁହାପଥର ରପ୍ତାନୀ ବନ୍ଦ କରିବା ପାଇଁ ହୋଇଥିବା ଦ।ବି ସଂପକରେ ମୁଖ୍ୟମନ୍ତ୍ରୀ ଏହି ପତ୍ରରେ ଜଣାଇଛନ୍ତି ।

ଲୁହାପଥର ଦରରେ ଅହେତୁକ ବୃଦ୍ଧି ଯୋଗୁଁ ଅନିୟନ୍ତ୍ରିତ ଭାବରେ ଖଣି କାର୍ଯ୍ୟ ଚାଲିଛି । ତେଣୁ ରପ୍ତାନୀ ଉପରେ ନିଷେଧଦାଶେ ଦ୍ୱାରାଘରୋଇ ବଜାରରେ ଲୁହାପଥର ମୂଲ୍ୟ ହ୍ରାସ ପାଇବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ଲୁହାପଥର

About ଓଡିଶା ଡଟ କମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version