Site icon Odisha.com

ଗାଁ ମୁଖିଆଙ୍କୁ ମାଓବାଦୀଙ୍କ ହତ୍ୟା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାରେ ମାଓବାଦୀମାନେ ବୁଧବାର ଜଣେ ଗାଁ ମୁଖିଆଙ୍କୁ ହତ୍ୟା କରିଥିବା ପୋଲିସ କହିଛି ।

ଦୁଇଦିନଆ ବନ୍ଦ ଡ଼ାକରାର ପ୍ରଥମଦିନରେ ସେମାନେ ଏମ୍ଭି-୭୯ ପଂଚାୟତର ପୂର୍ବତନ ସରପଂଚ ତଥାଗାଁ ମୁଖିଆ ରାମା କୁଞ୍ଜଙ୍କୁ ହତ୍ୟା କରିଥିବା ଜଣେ ଅଧିକାରୀ କହିଛନ୍ତି ।

ସକାଳେ ଗାଁ ପାଖରେ କୁଞ୍ଜଙ୍କ ଶବ ପଡ଼ିଥିବା ଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ ।
ଘଟଣାସ୍ଥଳରେ କୌଣସି ପୋଷ୍ଟର ମିଳିନଥିବା ବେଳେ ଏହା ମାଓବାଦୀଙ୍କ କାଣ୍ଡ ବୋଲି ସେ କହିଛନ୍ତି ।

ପୂର୍ବତନ ମାଲକାନଗିରି ଜିଲ୍ଲାପାଳ ଭିନିଲ କ୍ରୀଷ୍ଣାଙ୍କ ମୁକ୍ତି ସମୟରେ ସରକାର କରିଥିବା ଚୁକ୍ତିର ଖିଲାପ ବିରୋଧରେ ମାଓବାଦୀମାନେ ୧୬ ଓ ୧୭ ତାରିଖ ଦୁଇଦିନଆ ବନ୍ଦ ଡ଼ାକରା ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version