Site icon Odisha.com

ବାଣ ବିସ୍ଫୋରଣରେ ଶିଶୁ ସମେତ ଛଅ ଆହତ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ବୁଧବାର ଏକ ଗାଡ଼ିରେ ଥିବା ବାଣ ବିସ୍ଫୋରଣ ଘଟି ଜଣେ ଶିଶୁଙ୍କ ସମେତ ଛଅ ଜଣ ଆହତ ହୋଇଥିବା ପୋଲିସ କହିଛି ।

ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ସମାବେଶରେ ଯୋଗ ଦେବା ପାଇଁ ଲୋକମାନେ କୁଜଙ୍ଗରୁ ପାରାଦ୍ଵୀପ ଏକ ଶୋଭାଯାତ୍ରାରେ ଯାଉଥିବା ସମୟରେ ଗାଡ଼ିରେ ଥିବା ବାଣ ବିସ୍ଫୋରଣ ହୋଇଛି ।

ଏହି ଶୋଭାଯାତ୍ରାରେ ଆୟୋଜକଙ୍କ ସହ ସ୍ଥାନୀୟ ବିଧାୟକ ବିଷ୍ଣୁ ଦାସ, କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଯାଉଥିଲେ ।

ଗାଡ଼ିରେ ଥିବା ଜଣେ ଶିଶୁ ଓ ଅନ୍ୟ ଛଅ ଜଣ ବିସ୍ଫୋରଣରେ ଆହତ ହୋଇଥିବା ବେଳେ ସେମାନଙ୍କୁ କୁଜଙ୍ଗ ଡ଼ାକ୍ତରଖାନାରେ ଭର୍ତିି କରାଯାଇଥିଲା ଏବଂ ପରେ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି ।

ଆହତଙ୍କ ମଧ୍ୟରୁ ଛଅ ଜଣଙ୍କ ଶରୀରର ୭୫ ପ୍ରତିଶତ ପୋଡ଼ି ଯାଇଥିବାରୁ ସେମାନଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ଜଣେ ଡ଼ାକ୍ତର କହିଛନ୍ତି ।

ଶୋଭାଯାତ୍ରାରେ ଯାଉଥିବା ସମୟରେ ସୁବାଷ ଜେନା ନାମକ ଜଣେ ବ୍ୟକ୍ତି ବାଣ ଫୁଟାଇଥିଲେ ଓ ଏହା ଚଳନ୍ତା ଗାଡ଼ିରେ ଥିବା ବାଣରେ ଲାଗିଯାଇଥିଲା ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।

ଏହି ଘଟଣା ପରେ ସେହି ସ୍ଥାନରୁ ବିଧାୟକ ଦାସ ଓ ସାମନ୍ତରାୟ ପଳାଇ ଆସିଥିଲେ ଏବଂ ଡ଼ାକ୍ତରଖାନାକୁ ମଧ୍ୟ ଯିବାକୁ ମନା କରିଦେଇଥିଲେ । ଏହାକୁ ନେଇ ଲୋକଙ୍କ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା ।

ଗ୍ରାମବାସୀମାନେ କୁଜଙ୍ଗ ବଜାର ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଆହତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version