Site icon Odisha.com

ବିକାଶ ଇନ୍ଷ୍ଟିଚ୍ୟୁଟ୍ରେ ଆର୍ପି ସିଂହ, ପୀୟୁଷ ଚାୱଲା

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍)ଭାରତୀୟ କ୍ରିକେଟ ଦଳର ସଦସ୍ୟ ଆର୍.ପି ସିଂହ ଓ ପୀୟୁଷ ଚାୱଲା ବରଗଡ଼ ଠାରେ ବିକାଶ ଶିକ୍ଷାନୁଷ୍ଠାନର ଏକ ଆଥ୍ଲେଟିକ୍ ଟ୍ରାକ୍କୁ ଉ୍ଘାଟନ କରିଛନ୍ତି ।

ବୁଧବାର ଅନୁଷ୍ଠାନକୁ ପରିଦର୍ଶନରେ ଆସିଥିବା ଅବସରରେ ସେମାନେ ଏଠାକାର ଆନୁସଙ୍ଗିକ ସୁବିଧା ସୁଯୋଗ ଦେଖି ଆନନ୍ଦିତ ହେବା ସହ ସ୍କୁଲ କ୍ରିଡ଼ାବିତଙ୍କୁ ଉତ୍ସାହିତ କରିଥିଲେ ।

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ କୋଚିଂ କମିଟି ସସ୍ୟ ରବି ନାରାୟଣ ପଣ୍ଡା ଉଭୟ ଖେଳାଳୀଙ୍କୁ ଅନୁଷ୍ଠାନର କ୍ରୀଡ଼ା ପ୍ରତିଭାଙ୍କ ସଂପର୍କରେ ସୂଚନା ଦେଇଥିଲେ ।

ନିଷ୍ଠା ଓ ପରିଶ୍ରମ ମାଧ୍ୟମରେ ନିଜର ଭବିଷ୍ୟତ ଉଜ୍ୱଳ କରିବାକୁ ଏହି ଅବସରରେ ଆର୍.ପି.ସିଂହ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ କେହି ତାଙ୍କଠାରୁ ମଧ୍ୟ ଅଧିକ ସଫଳ ହେବେ ବୋଲି ସେ କହିଛନ୍ତି ।

ବିକାଶ ଭଳି ଅନୁଷ୍ଠାନର ସୁବିଧା ସୁଯୋଗ ବ୍ୟବହାର କରି ଛାତ୍ରଛାତ୍ରୀମାନେ ଭବିଷ୍ୟତକୁ ଉଜ୍ୱଳ କରିବା ଉଚିତ୍ । ଏମାନେ ମୋ ଠାରୁ ମଧ୍ୟ ଭାଗ୍ୟବାନ କାରଣ ମୋ ପାଖରେ ଏମିତି ସୁଯୋଗ ନଥିଲା ବୋଲି ପୀୟୁଷ କହିଛନ୍ତି ।

ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼ି.ମୂରଲୀ କ୍ରୀଷ୍ଣାଙ୍କ ଉପସ୍ଥିତିରେ ଉଭୟଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version