Site icon Odisha.com

ଲୁହାପଥର ରପ୍ତାନୀ ବନ୍ଦ ଉପରେ ତୁରନ୍ତ ନିଷ୍ପତି ଦ।ବି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୬(ଓଡ଼ିଶା ଡ଼ଟ୍ କମ୍) ଦେଶର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଲୁହାପଥର ରପ୍ତାନୀ ବନ୍ଦ କରିବା ସହିତ ଖଣି ମାଲିକମାନେ ପାଉଥିବା ଲାଭ ଉପରେ ପଚାଶ ପ୍ରତିଶତ ଟିକସ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦ।ବି କରିଛନ୍ତି ।

ବର୍ତମାନର ଆର୍ଥିକ ତଥା ନିୟନ୍ତ୍ରଣ ବ୍ୟବସ୍ଥା ଯୋଗୁଁ ମୁଷ୍ଟିମେୟ ଖଣି ମାଲିକମାନେ ବିପୁଳ ପରିମାଣରେ ଲାଭ ପାଉଥିବା ବେଳେ ଖଣି ଅଂଚଳରେ ରହୁଥିବା ଲୋକଙ୍କର କୌଣସି ଲାଭ ହେଉନାହିଁ ବୋଲି ମୁଖ୍ୟମନ୍ତ୍ରୀ ପତ୍ରରେ ଦର୍ଶାଇଛନ୍ତି ।

ତେଣୁ ଖଣି ମାଲିକଙ୍କ ଉପରେ ପଚାଶ ପ୍ରତିଶତ ଟିକସ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ ।

ଏହା ଉପରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ତାର ମତାମତ ଦେଇସାରିଥିବ ବୋଲି ଆଶା ବ୍ୟକ୍ତକରି ଏହା ଉପରେ ଯଦି ଅଧିକ ତଥ୍ୟ ଆବଶ୍ୟକ ତାହା ତୁରନ୍ତ ଯୋଗାଇ ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏ ସଂପର୍କିତ ନିଷ୍ପତି ଉପରେ ଆଉ ବିଳମ୍ବ ନକରିବା ପାଇଁ ସେ ଦ।ବି କରିଛନ୍ତି ।

ସେହିପରି ଗତ ମାସରେ ଜାତୀୟ ଉନ୍ନୟନ ପରିଷ ବୈଠକରେ ଲୁହାପଥର ରପ୍ତାନୀ ବନ୍ଦ କରିବା ପାଇଁ ହୋଇଥିବା ଦ।ବି ସଂପକରେ ମୁଖ୍ୟମନ୍ତ୍ରୀ ଏହି ପତ୍ରରେ ଜଣାଇଛନ୍ତି ।

ଲୁହାପଥର ଦରରେ ଅହେତୁକ ବୃଦ୍ଧି ଯୋଗୁଁ ଅନିୟନ୍ତ୍ରିତ ଭାବରେ ଖଣି କାର୍ଯ୍ୟ ଚାଲିଛି । ତେଣୁ ରପ୍ତାନୀ ଉପରେ ନିଷେଧଦାଶେ ଦ୍ୱାରାଘରୋଇ ବଜାରରେ ଲୁହାପଥର ମୂଲ୍ୟ ହ୍ରାସ ପାଇବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version