Site icon Odisha.com

ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଗୁରୁବାର ଆଇଏଏସ୍ ଅଫିସର ସ୍ତରରେ ଏକ ଛୋଟ ଧରଣର ଅଳ ବଳ କରିଛନ୍ତି ।

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ତୃପ୍ତି ଓ ନିଯୁକ୍ତି ମିଶନର ନିର୍ଦ୍ଦେଶକ ଡଃ ଅରବିନ୍ଦ କୁମାର ପାଢୀଙ୍କୁ ପଂଚାୟତିରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି ।

ସେହିପରି ଜଳସଂପଦ ବିଭାଗ ଅତିରିକ୍ତ ସଚିବ ଉଷା ପାଢୀଙ୍କୁ ଏନ୍ଆର୍ଏଲ୍ଏମ୍, ତୃପ୍ତି ପ୍ରକଳ୍ପ ଓ ନିଯୁକ୍ତି ମିଶନର ନିର୍ଦ୍ଦେଶକ ଭାବେ ବଳି କରାଯାଇଛି ।

ଯୋଜନା ଓ ସମନ୍ୱୟ ବିଭାଗ ଅତିରିକ୍ତ ସଚିବ ମନୀଷ କୁମାର ବର୍ମାଙ୍କୁ ଜଳସଂପଦ ବିଭାଗ ଅତିରିକ୍ତ ସଚିବ ଏବଂ ଉଠା ଜଳସେଚିନ ନିଗମର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି ।

ପଂଚାୟତିରାଜ ବିଭାର ଅତିରିକ୍ତ ଶାସନ ସଚିବ ତଥା ସ୍ୱତନ୍ତ୍ର ପ୍ରକଳ୍ପର ନିର୍ଦ୍ଦେଶକ ସୁଶୀଳ କୁମାର ଲୋହାନୀ କେନ୍ଦ୍ର ସରକାରଙ୍କୁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଅଧିନସ୍ଥ ଗ୍ରାମ୍ୟ ବିଦ୍ୟୁତ କରଣ ନିଗମର ନିର୍ବାହୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version