Site icon Odisha.com

ଭିଜିଲାନ୍ସ ଦ୍ୱାରା ଧରାପଡ଼ିଥିବା ବିଜେଡ଼ି ନେତା ଦଳରୁ ବହିସ୍କୃତ

ଭୁବନେଶ୍ୱର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ଭିଜିଲାନ୍ସ ଚଢାଉ ଭୟ ଦେଖାଇ ଲାଞ୍ଚ ନେବା ବେଳେ ଧରାପଡ଼ିଥିବା ଜଣେ ବିଜେଡ଼ି ନେତାଙ୍କୁ ଶୁକ୍ରବାର ଦଳରୁ ବହିସ୍କାର କରାଯାଇଛି ।

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ବିଜେଡ଼ି ସଭାପତି ତଥା କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଅନ୍ୟତମ ନିର୍ଦ୍ଦେଶକ ଅଶ୍ୱିନୀ ଦାସଙ୍କୁ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହିସ୍କାର କରିଛନ୍ତି ।

କଟକ ସ୍ଥିତ ସେସୁ କାର୍ଯ୍ୟାଳୟର ଯନ୍ତ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ଭିଜିଲାନ୍ସ ଚଢାଉ ଭୟ ଦେଖାଇ ତାଙ୍କ ଠାରୁ ଲାଞ୍ଚ ନେବା ସମୟରେ ଗୁରୁବାର ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ ।

ସୂଚନାଯୋଗ୍ୟ ଯେ, ଅଶ୍ୱିନୀ ଗତ ୧୪ ତାରିଖରେ ପ୍ରଶାନ୍ତଙ୍କୁ ଫୋନ୍ କରି ତାଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯିବ ଏବଂ ଏସଂକ୍ରାନ୍ତିୟ ଫାଇଲ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି ବୋଲି କହିଥିଲେ । ଯଦି ଟଙ୍କା ଦିଅନ୍ତି ତେବେ ତାହା ବନ୍ଦ ହୋଇଯିବ ବୋଲି ସେ କହିଥିବା ସଂପୃକ୍ତ ଯନ୍ତ୍ରୀ ଅଭିଯୋଗ କରିଛନ୍ତି ।

ଭିଜିଲାନ୍ସ ଚଢାଉ ଧମକରେ ଡ଼ରିଯାଇ ପ୍ରଶାନ୍ତ ସେହିଦିନ ୫୦ ହଜାର ଟଙ୍କା ତାଙ୍କୁ ଦେଇଥିଲେ । କିନ୍ତୁ ଅତିକମ୍ ରେ ତିନି ଲକ୍ଷ ଟଙ୍କା ନେଲେ କୌଣସି କାମ ହେବ ନାହିଁ ବୋଲି ଅଶ୍ୱିନୀ କହିଥିଲେ । ପରେ ସନ୍ଦେହ ହେବାରୁ ପ୍ରଶାନ୍ତ କଟକ ଭିଜିଲାନ୍ସ କାର୍ଯ୍ୟାଳୟକୁ ଏସଂପର୍କରେ ଜଣାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version