ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବଲାଙ୍ଗୀର, ନଭେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍) ବଲାଙ୍ଗୀର ଜିଲ୍ଲାରୁ ବେଆଇନ ଭାବେ ବିଭିନ୍ନ ରାଜ୍ୟକୁ ଶ୍ରମିକ ଚାଲାଣ କରୁଥିବା ୨୩ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ଶୁକ୍ରବାର କହିଛି ।
କଣ୍ଟାବାଞ୍ଜିର ବିଭିନ୍ନ ହୋଟେଲ ଓ ଲଜରେ ଚଢାଉ କରି ପୋଲିସ ଆନ୍ଧ୍ରପ୍ରଦେଶର ଏହି ଦଲାଲ ମାନଙ୍କ ସହ ଜଣେ ହୋଟେଲ ମାଲିକଙ୍କୁ ମଧ୍ୟ ଗିରଫ କରିଛି ।
ଶ୍ରମିକ ଚାଲାଣ ପାଇଁ ରାଜ୍ୟ ସରକାରଙ୍କ କୌଣସି ଆବଶ୍ୟକୀୟ କାଗଜ ପତ୍ର ସେମାନଙ୍କ ପାଖରେ ନାହିଁ ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କର ଏକ କାଗଜ ସେମାନେ ରଖିଛନ୍ତି ଯାହା ବୈଧ ନୁହେଁ ବୋଲି ଜଣେ ଅଧିକାରୀ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍