Site icon Odisha.com

ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

କଟକ, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବଜାର ନିକଟରେ ହୋଇଥିବା ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି ।

ଗୁରୁତର ଆହତ ଅବସ୍ଥାରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଫକୀର ପାତ୍ରଙ୍କ ଶନିବାର ସକାଳେ ମୃତ୍ୟୁ ହୋଇଛି । ଗତକାଲି ବିସ୍ଫୋରଣରେ ଆହତ ଦଶ ବର୍ଷର ବାଳକର ମୃତ୍ୟୁ ହୋଇଥିଲା ।

ବିସ୍ଫୋରଣ ଯୋଗୁଁ ଫକୀରଙ୍କ ଶରୀରର ନବେ ପ୍ରତିଶତ ପୋଡ଼ି ଯାଇଥିଲା ଏବଂ ତାଙ୍କୁ ପ୍ଲାଷ୍ଟିକ ସର୍ଜରି ବିଭାଗରେ ଚିକିତ୍ସା କରାଯାଉଥିଲା ।

ଚିକିତ୍ସାଧିନ ଅନ୍ୟ ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ବର୍ତମାନ ମଧ୍ୟ ଗୁରୁତର ଥିବା ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି । ବୁଧବାର ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ଏକ ସମାବେଶରେ ଯୋଗବୋ ପାଇଁ ଶୋଭାଯାତ୍ରାରେ ଯାଉଥିବା ବେଳେ ବାଣବିସ୍ଫୋରଣ ଘଟି ଛଅ ଜଣ ଗୁରୁତର ଆହତ ହୋଇଥିଲେ ।

ଆହତଙ୍କ ଚିକିସôା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ମଂଜୁର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version