Site icon Odisha.com

ଲୁହାପଥର ଚୋରି ଉଦ୍ୟମ ବେଳେ ସାତ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲା ବଡ଼ବିଲ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ଲୁହାପଥର ଚୋରି ଉଦ୍ୟମ କରୁଥିବା ବେଳେ ଶନିବାର ପୋଲିସ ସାତ ଜଣଙ୍କୁ ଗିରଫ କରିଛି ।

ସେମାନଙ୍କ ଠାରୁ ଚାରୋଟି ଡ଼ମ୍ପର ଏବଂ ୨୦ ଟନ୍ ଲୁହାପଥର ଜବତ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି । ଜବତ ଡ଼ମ୍ପର ଗୁଡ଼ିକର ମାଲିକଙ୍କୁ ଚିହ୍ନଟ କରି ସେମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version