• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସ୍ୱର୍ଗଦ୍ୱାର ଶ୍ମଶାନ ଜମି ଅଧା ବିକ୍ରି: ରିପୋର୍ଟ

November 19, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ପୁରୀ ସ୍ୱର୍ଗଦ୍ୱାର ଶ୍ମଶାନ ଜମି ହଡ଼ପ ଘଟଣା ଲୋକଲୋଚନକୁ ଆସିବା ପରେ ଏହା ପୌରସଂସ୍ଥାରୁ ଆରମ୍ଭ ହୋଇ ବର୍ତମାନ ପର୍ଯ୍ୟନ୍ତ ଅଧା ଜମି ବିକ୍ରି ହୋଇସାରିଥିବା ରିପୋର୍ଟ ପ୍ରକାଶ ପାଇଛି ।

ଜିଲ୍ଲା ପ୍ରଶାସନ, ତହସିଲ ଏବଂ ସେଟେଲମେଂଟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଜମି ହଡ଼ପ କାର୍ଯ୍ୟ ଲମ୍ବିଛି ବୋଲି ସମ୍ବାଦପତ୍ର” ସମାଜ’ ଶନିବାର ପ୍ରଥମ ପୃଷ୍ଠାରେ ରିପୋର୍ଟ ପ୍ରକାଶ କରିଛି ।

୧୮୯୯ ସାବକ ରେକର୍ଡ଼ରେ ଏଠାରେ ୧୬ ଏକର ୪୦୦ ଡ଼େସିମିଲ ଅମୃତମଣୋହି ବାଲୁଚର ଜମି ରହିଥିଲା ଏବଂ ଏହା ଶ୍ମଶାନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି ।

୧୯୮୪ରେ ପୁରୀ ପୌରସଂସ୍ଥା ଶ୍ମଶାନର ରକ୍ଷଣାବେକ୍ଷଣ ଓ ବିକାଶ ପାଇଁ ସମସ୍ତ ଜମି ନିଜ ହାତକୁ ନେବାକୁ ଚାହିଁଥିଲା ଏବଂ ପୌରସଂସ୍ଥାର ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ସେହିବର୍ଷ ଫେବୃୟାରୀ ୨ରେ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଜମି ହସ୍ତାନ୍ତର ପାଇଁ ଅନୁରୋଧ କରିଥିବା ରିପୋର୍ଟରେ ସମ୍ବାଦପତ୍ର ଉଲ୍ଲେଖ କରିଛି ।

ସେହିପରି ୧୭ ମଇ ୧୯୮୫ରେ ତହସିଲ ପକ୍ଷରୁ ୧୬ ଏକର ୪୦୦ ଡ଼େସିମିଲ ଶ୍ମଶାନ ଜମିରୁ ମାତ୍ର ୯୦୦ ଡ଼େସିମିଲ ଜମି ପୌର କର୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଏହାବ୍ୟତୀତ ସ୍ୱର୍ଗଦ୍ୱାରକୁ ଲାଗି ରହିଥିବା ୧୪୫୬, ୧୪୫୭, ୧୬୩୨ ଓ ୧୬୩୩ ପ୍ଲଟ ନମ୍ବରରେ ଥିବା ଏକଶହ ଡ଼େସିମିଲ ଘରୋଇ ଜମିକୁ ଶ୍ମଶାନର ସଂପ୍ରସାରଣ ଉଦ୍ଦେଶ୍ୟରେ ୧୯୮୭ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିଗ୍ରହଣ କରାଯାଇଥିଲା ।

ସେହିପରି ଓଡ଼ିଶା ଇଷ୍ଟେଟ ଆବୋଲିସନ ଆଇନ ବ୍ୟବସ୍ଥା ଅନୁଯାୟୀ ରାସ୍ତାର ଅପର ପାଶ୍ୱର୍ରେ ଥିବା ୮୪୫ ନମ୍ବର ପ୍ଲଟକୁ ୧୯୮୫ରେ ସ୍ୱର୍ଗଦ୍ୱାର ଶ୍ମଶାସନ ସହ ମିଶାଇ ଦିଆଯାଇଥିବା ରିପୋର୍ଟରେ ପ୍ରକାଶ କରାଯାଇଛି ।

ଶ୍ମଶାନ ଭିତରେ ଏକ ଜଳାଶୟ ଥିବା ଅନୁସଂଧାନରୁ ଜଣାପଡ଼ିଛି ଏବଂ ଏଥିରେ ଶବ ସତ୍କାର ପୂର୍ବରୁ ମୃତକଙ୍କ ସଂପର୍କୀୟମାନେ ସେଥିରେ ଗାଧୋଇବା ପରେ ଶ୍ରାଦ୍ଧ କରୁଥିଲେ, ଉକ୍ତ ରିପୋର୍ଟ ପ୍ରକାଶ କରିଛି ।

ସେହିପରି ଶବସତ୍କାର ପାଇଁ ଅଧିକ ଜାଗାର ଆବଶ୍ୟକତା ଥିବା ଦର୍ଶାଇ ଜନସାଧାରଣଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ଅଧିଗ୍ରହଣ କରାଯାଇଥିବା ଜାଗାରେ ବେଆଇନ ଭାବେ କେତେକ ସ୍ଥାନୀୟ ଦୋକାନ ଘର ତିଆରି କରାଯାଇଛି ।

ସ୍ୱର୍ଗଦ୍ୱାରର ବିକାଶ ପାଇଁ ପୌର କର୍ତୃପକ୍ଷ ଜିଲ୍ଲା ପ୍ରଶାସନ ଠାରୁ ତିନୋଟି ପର୍ଯ୍ୟାୟରେ ୧୦୩୪ ଡ଼େସିମିଲ ଜମି ନେଇଥିଲେ ଏବଂ ବର୍ତମାନ ହାଲ୍ ରେକର୍ଡ଼ରେ ମାତ୍ର ୪୬୫ ଡ଼େସିମିଲ ଜାଗାରେ ଶ୍ମଶାନ ରହିଥିବା ଏହି ସମ୍ବାପତ୍ର ପ୍ରକାଶ କରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ପୁରୀ, ରାଜନୀତି, ସ୍ୱର୍ଗଦ୍ୱାର

About ଓଡିଶା ଡଟ କମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version