Site icon Odisha.com

୫୦ କମ୍ପାନୀର ପରିବହନ ଲାଇସେନ୍ସ ସସ୍ପେଣ୍ଡ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) କେନ୍ଦୁଝର ଜିଲ୍ଲା ଯୋଡା ଅଂଳରୁ ଖଣିଜ ଦ୍ରବ୍ୟ ପରିବହନ କରୁଥିବା ୫୦ଟି କମ୍ପାନୀର ଲାଇସେନ୍ସକୁ ଖଣି ଓ ଇସ୍ପାତ ବିଭାଗ ସସ୍ପେଣ୍ଡ କରିଥିବା ବେଳେ ଅନ୍ୟ ତିନୋଟି ଖଣିର ଖନନ କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯାଇଛି ।

ଗତ ମାସ ୧୨ ତାରିଖରେ ୨୨୨ଟି ପରିବହନ କମ୍ପାନୀକୁ ସେମାନଙ୍କର ବାଲାନ୍ସସିଟ୍ ଦାଖଲ କରିବା ତଥା ଗତ ଚାରି ବର୍ଷ ମଧ୍ୟରେ ସେମାନେ କେତେ ପରିମାଣର ଖଣିଜ ଦ୍ରବ୍ୟ କେଉଁଠିକୁ ପରିବହନ କରିଛନ୍ତି ଓ ସେଗୁଡ଼ିକ କେଉଁ କାର୍ଯ୍ୟରେ ବ୍ୟବହୃତ ହୋଇଛି ତାହା ସତ୍ୟପାଠ ଜରିଆରେ ଜଣାଇବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ଉକ୍ତ କମ୍ପାନୀ ଗୁଡ଼ିକ ମଧ୍ୟରୁ ୧୭୨ଟି କମ୍ପାନୀ ଏସଂପର୍କୀତ କାଗଜପତ୍ର ସହ ସତ୍ୟପାଠ ଦାଖଲ
କରିଥିଲେ ଏବଂ ୫୦ଟି କମ୍ପାନୀ କୌଣସି ଉତ୍ତର ଦେଇନଥିଲେ । ତେଣୁ କେଔରସି କାଗଜପତ୍ର ତଥା
ସତ୍ୟପାଠ ଦାଖଲ କରିନଥିବା ଉକ୍ତ କମ୍ପାନୀ ଗୁଡ଼ିକର ଲାଇସେନ୍ସ ସସ୍ପେଣ୍ଡ କରାଯାଇଥିବା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଉକ୍ତ କମ୍ପାନୀ ଗୁଡ଼ିକ ମଧ୍ୟରୁ ୩୧ଟି ଲୁହାପଥର ପରିବହନ କରୁଥିବା ବେଳେ ୧୯ଟି ମାଙ୍ଗାନିଜ୍ ପରିବହନକରୁଥିଲେ ।

ସେହିପରି ବେଆଇନ ଖନନ ଯୋଗୁଁ ମାଲାରାୟ ଆଣ୍ଡ ବ୍ରର୍ସ, କଳିଙ୍ଗ ମାଇନ୍ସ କର୍ପୋରେସନ ଓ
ଟାଟା ଷ୍ଟିଲର ନିୟମ ପାହାଡ ଖଣିକୁ ବନ୍ଦ କରିିଆଯାଇଛି । ଏହି ଖଣି ଗୁଡ଼ିକରେ ଅନୁମୋଦିତ ପରିମାଣ ଠାରୁଅଧିକ ଖନନ କରାଯାଇଥିବା ଅଭିଯୋଗ ହୋଇଛି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version