Site icon Odisha.com

ମୁମ୍ବାଇ ଆକ୍ରମଣରେ ଆହତ ସତ୍ୟାନନ୍ଦ ଏବେବି ଅସହାୟ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର,ନଭେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ତିନି ବର୍ଷ ପୂରଣ ହୋଇଯାଇଥିଲେ ମଧ୍ୟ ଏଥିରେ ନିଜର ଚାଲିବା ଶକ୍ତି ହରାଇଥିବା ବାଲେଶ୍ୱର ଜିଲ୍ଲାର ଚାଲିଶିମେଧା ଗ୍ରାମର ସତ୍ୟାନନ୍ଦ ଏବେ ବି ଅସହାୟ ।

ସେ ତିନି ବର୍ଷ ତଳେ କାର୍ଯ୍ୟ ସନ୍ଧାନରେ ମୁମ୍ବାଇ ଯାଇଥିଲେ । ସେଠାରେ ଭିକ୍ଟୋରିଆ ଟର୍ମିନସ ରେଳ ଷ୍ଟେସନଠାରେ ଥିବା ଏକ ଛୋଟିଆ ହୋଟେଲରେ କାମ କରି ଗୁଜୁରାଣ ମେଣ୍ଟାଉଥିଲେ । ଯାହା ରୋଜଗାର ହୁଏ ସେ ନିଜେ ଚଳି ବାକିତକ ଗ୍ରାମରେ ଥିବା ଚାରିପ୍ରାଣୀ କୁଟୁମ୍ବଙ୍କ ପାଇଁ ପଠାଇ ଦେଉଥିଲେ ।

ଆକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ଉଭୟ କେନ୍ଦ୍ର ସରକାର ଓ ମହାରାଷ୍ଟ୍ର ସରକାର କ୍ଷତିପୂରଣ ଓ ଚାକିରୀ ଘୋଷଣା କରିଥିଲେ । ହେଲେ ଏ ପର୍ଯ୍ୟନ୍ତ ତାହା ମିଳିଲା ନାହିଁ ବୋଲି କ୍ଷୋଭ ପ୍ରକାଶ କରି ସତ୍ୟାନନ୍ଦ କହିଛନ୍ତି ।

“”ମୁଁ ଗୃହ ମନ୍ତ୍ରାଳୟଠାରୁ ୩ଲକ୍ଷ ଟଙ୍କାର କ୍ଷତିପୂରଣ ପାଇବା ପାଇଁ ଚିଠି ପାଇଥିଲେ ସୁଦ୍ଧା ଏ ଯାଏଁ
ରେଳ ମନ୍ତ୍ରାଳୟ ଓ ମହାରାଷ୍ଟ୍ର ସରକାର ପ୍ରତ୍ୟେକଙ୍କ ଠାରୁ ୫୦ହଜାର ଟଙ୍କା ଲେଖାଏଁ ପାଇଛି ।
ରେଳବାଇରେ ଚାକିରୀଟିଏ ଏବେ ବି ସ୍ୱପ୍ନ ହୋଇ ରହିଯାଇଛି”ସେ କହିଛନ୍ତି ।

“”ଆକ୍ରମଣକୁ ତିନି ବର୍ଷ ବିତି ଯାଇଥିଲେ ସୁଦ୍ଧା ସେଦିନ ସେ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା । ଏହି “ଦୁସ୍ୱପ୍ନ’ କୁ ଆଜୀବନ ଭୁଲି ପାରିବି ନାହିଁ” ସେ କହିଛନ୍ତି ।

“”ସେହି ରାତି ପ୍ରାୟ ସାଢେ ନଅଟା ବେଳେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ହଠାତ୍
ଲୋକମାନଙ୍କର ଚିତ୍କାର ଶୁଣିବାକୁ ପାଇଥିଲି । ହଠାତ୍ ମୋ ଡ଼ାହାଣ ଗୋଡ଼ରେଦୁଇଟି ଗୁଳି ବାଜିଥିଲା ଓ ସେଠାରେ ମୁଁ ଅଚେତ୍ ହୋଇ ପଡ଼ିଥିଲି । ପରଦିନ ସକାଳେ ନିଜକୁ ଜେ.ଜେ. ହସ୍ପିଟାଲରେ ପାଇଥିଲି”ସେ କହିଛନ୍ତି ।

ଘରକୁ ଫେରିବା ପୂର୍ବରୁ ତାଙ୍କ ଗୋଡ ଅସ୍ତ୍ରୋପଚାର କରାଯାଇଥିଲା । ଚିକିତ୍ସା ଖର୍ଚ୍ଚ ପ୍ରାୟ ୫୦ହଜାର ଟଙ୍କା ହୋଇଥିଲା । ଯାହାକି ସେ ପ୍ରଥମେ ବହନ କରିଥିଲେ କିନ୍ତୁ ପରେ ମହାରାଷ୍ଟ୍ର ସରକାର ତାଙ୍କୁ ଦେଇଥିଲେ ।

ସତ୍ୟାନନ୍ଦଙ୍କ ଘରେ ତାଙ୍କ ସହଧର୍ମିଣୀ, ବୃଦ୍ଧା ମାଆ ଓ ଏକ ଚାରି ବର୍ଷର ପୁତ୍ର ସନ୍ତାନ ଅଛନ୍ତି ।
ସେମାନଙ୍କର ନିଜର ଜମି ଖଣ୍ଡିଏ ମଧ୍ୟ ନାହିଁ ତେଣୁ ସେମାନେ ଗ୍ରାମରେ ଥିବା ସରକାରୀ ଜମିରେ
ଚାଳଘରଟିଏ କରି ରହୁଛନ୍ତି । ଏହି ଅଘଟଣ ପରଠାରୁ ତାଙ୍କ ମାଆ ଓ ସ୍ତ୍ରୀଦିନ ମଜୁରିଆ ଭାବେ କାମ କରି ଗୁଜୁରାଣ ମେଂଟାଉଛନ୍ତି ।

“”ମୋର ଗୋଡ଼ର କ୍ଷତ ଶୁଖିଯାଇଥିଲେ ସୁଦ୍ଧା ମୁଁ ଆଶାବାଡ଼ି ବିନା ସହାୟତାରେ ଠିଆ ହୋଇ ପାରୁନାହିଁ । ଯଦି ଅଧଘଣ୍ଟାଏ ଠିଆ ହୋଇଯିବି ତେବେ ମୋ ଗୋଡ଼ ଫୁଲିଯାଇଥାଏ”ସେ କହିଛନ୍ତି ।

ଏ ପର୍ଯ୍ୟନ୍ତ ବିକଳାଙ୍ଗ ଭତା ପାଇବାରୁ ସେ ବଞ୍ôଚତ ବଞ୍ଚିତ ହୋଇ ରହିଛନ୍ତି । ଚାକିରୀଟିଏ ପାଇବା ପାଇଁ ସେ ଜିଲ୍ଲାପାଳ ତଥା ଭୁବନେଶ୍ୱର ସ୍ଥିତ ରେଳବାଇ କର୍ତୃପକ୍ଷଙ୍କୁ ବାରମ୍ବାର ଭେଟିଥିଲେ ସୁଦ୍ଧା ତାହା ମଧ୍ୟ ହୋଇପାରିନାହିଁ ।

ଗ୍ରାମବାସୀମାନେ ମଧ୍ୟ ଏ ବିଷୟରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ
ଜଣାଇଥିଲେ ସୁଦ୍ଧା ସବୁ ବିଫଳ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version