Site icon Odisha.com

ରିଟେଲ ବଜାରରେ ବୈଦେଶିକ ପୁଂଜି ନିବେଶକୁ ବିଜେପିର ବିରୋଧ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ସରକାର ଦେଶର ରିଟେଲ ବଜାରରେ ବୈଦେଶିକ ପୁଂଜି ବିନିଯୋଗ ପାଇଁ ଅନୁମତି  ଦେବା ପାଇଁ ଯୋଜନା କରୁଥିବାରୁ ଏହା ବିରୁଦ୍ଧରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ବିଜେପି ଧମକ ଦେଇଛି ।

ଏହାକୁ ଅନୁମତି ଦେବା ଦେଶ ବିରୋଧି ଏବଂ ଏହା ଦେଶର କ୍ଷୁଦ୍ର ବ୍ୟବସାୟକୁ କ୍ଷତି ପହଂଚାଇବ ବୋଲି
ବିଜେପିର ବରିଷ୍ଠ ନେତା ତଥା ପବ୍ଲିକ ଏକାଉଂଟସ୍ କମିଟି ଅଧ୍ୟକ୍ଷ ମୁରଲୀ ମନୋହର ଯୋଶୀ ରବିବାର ଭୁବନେଶ୍ୱରରେ କହିଛନ୍ତି ।

ଭାରତୀୟ ରିଟେଲ ବଜାର ନିଜେ ବୃଦ୍ଧି ପାଉଛି ତେଣୁ ଏଥିରେ କୌଣସି ବୈଦେଶିକ ପୁଂଜି ନିବେଶର ଆବଶ୍ୟକତା ନାହିଁ, ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ।

ଯଦି ବୈଦେଶିକ ପୁଂଜି ବିନିଯୋଗ ପାଇଁ ଅନୁମତି ଦିଆଯାଏ ତେବେ ୱାଲ-ମାର୍ଟସ୍ ଏବଂ କେୟାରଫୋର ଭଳି ବିଦେଶୀ କମ୍ପାନୀ ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବ, ସେ କହିଛନ୍ତି ।

ଏହି ଲୋକମାନେ ଯେଉଁ ସ୍ଥାନକୁ ଯାଇଛନ୍ତି ସେଠାରେ କ୍ଷୁଦ୍ର ବ୍ୟବସାୟୀମାନେ ପ୍ରଭାବିତ ହେବା ସହ ଚାକିରି ହରାଇଛନ୍ତି ।

ଦେଶରେ ବର୍ତମାନ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଯଦି ଏହି କମ୍ପାନୀ ଗୁଡ଼ିକ ଆସନ୍ତି ତେବେ ବେକାରୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

ଏହା କୃଷକ ଏବଂ ଉତ୍ପାଦକଙ୍କୁ ସାହାଯ୍ୟ କରିବ ବୋଲି ସରକାର ଯେଉଁ କହୁଛନ୍ତି ତାହା ସଂପୂର୍ଣ୍ଣ ଭୂଲ । ଏହା କୌଣସି ଲୋକଙ୍କ ପାଇଁ ଲାଭଦାୟକ ହେବ ନାହିଁ, ସେ କହିଛନ୍ତି ।

“”ଯଦି ଏହି ପୁଂଜିନିବେଶ ଦ୍ୱାରାକୃଷକ ଓ ଖାଉଟି ଲାଭବାନ ହେବେ ତାହାହେଲେ ସରକାର ପ୍ରମାଣ କରି ଦେଖାନ୍ତୁ ” ସରକାରଙ୍କୁ ସେ ଚ୍ୟାଲେଞ୍ଜ କରି କହିଛନ୍ତି

ଓଡ଼ଇଶା ଡ଼ଟ୍ କମ୍

Exit mobile version