Site icon Odisha.com

ନନ୍ଦନକାନନରେ ୧୨ ନୂଆ ଅତିଥି ପକ୍ଷୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ରାଜଧାନୀ ଉପକଣ୍ଠସ୍ଥ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଛଅ ପ୍ରକାରର ୧୨ଟି ନୂତନ ପକ୍ଷୀଙ୍କୁ ଅଣାଯାଇଛି ।

କଲିକତା ସ୍ଥିତ ପ୍ରତୀକ୍ ଏକ୍ସପୋର୍ଟ-ଇମ୍ପୋର୍ଟ ଫାର୍ମରୁ ସୋମବାର ଏହି ପକ୍ଷୀ ମାନଙ୍କୁ ଅଣାଯାଇଥିବା ପ୍ରାଣୀ ଉଦ୍ୟାନର ଜଣେ ଅଧିକାରୀ ମଙ୍ଗଳବାର କହିଛନ୍ତି ।

ଅତିଥି ପକ୍ଷୀ ମାନଙ୍କ ମଧ୍ୟରେଦୁଇଟି ସ୍ୱର୍ଣ୍ଣ ଫିଜାଂଟ,ଦୁଇଟି ରୌପ୍ୟ ଫିଜାଂଟ,ଦୁଇଟି ହଳିଆ ସୁବର୍ଣ୍ଣ ଫିଜାଂଟ,ଦୁଇଟି ଲେଡ଼ି ଆର୍ମଷ୍ଟ୍ରଙ୍ଗ, ଦୁଇ ଆଲଲରି ଓଦୁଇଟି ସ୍ୱର୍ଣ୍ଣ ରୋଜେଲା ରହିଛନ୍ତି ।

ନୂଆ ଅତିଥି ମାନଙ୍କୁ ତିନି ସପ୍ତାହ ପର୍ଯ୍ୟନ୍ତ ନନ୍ଦନକାନନରେ ଥିବା ଚିକିତ୍ସାଳୟରେ ରଖାଯିବ ଏବଂ ପରେ ପକ୍ଷୀ ଏନ କ୍ଲୋଜରରେ ଛଡ଼ାଯିବ ବୋଲି ସେ କହିଛନ୍ତି ।

ଗତ ଶୁକ୍ରବାର ନନ୍ଦନକାନନର ଏକ ଦଳ କଲିକତା ଯାଇ ୨ ଲକ୍ଷ ୯ ହଜାର ଟଙ୍କାରେ ଏହି ପକ୍ଷୀ ଗୁଡ଼ିକୁ କ୍ରୟ କରି ଆଣିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version