• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନବଜାତ ଶିଶୁ ଯତ୍ନ ସପ୍ତାହ ପାଳିତ

November 21, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟସ୍ତରୀୟ ନବଜାତ ଶିଶୁ ଯତ୍ନ ସପ୍ତାହ ନଭେମ୍ବର ୧୫ରୁ ୨୧ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ।

“ପ୍ରାମାଣିକ ତଥ୍ୟ ଭିତ୍ତିରେ ଭାରତରେ ନିରନ୍ତର ନବଜାତ ଶିଶୁ ସ୍ୱାସ୍ଥ୍ୟ ସେବା’ ଏ ବର୍ଷର ନବଜାତ ଶିଶୁ ସୁରକ୍ଷା ସପ୍ତାହ ପାଳନର ବାର୍ତା ଥିଲା ।

ଏହି ସପ୍ତାହ ପାଳନ ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ତରଫରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ଓ ସାଧାରଣ ସଭା,ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନ ତରଫରୁ ଆୟୋଜିତ ହୋଇଥିଲା ।

ପ୍ରତିବର୍ଷ ଏହି ନବଜାତ ଶିଶୁ ଯତ୍ନ ସପ୍ତାହ ପାଳନ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁକୁ ନେଇ କରାଯାଇଥାଏ । ନବଜାତ ଶିଶୁ ମୃତ୍ୟୁହାର ରୋକିବା, ନବଜାତ ଶିଶୁକୁ ଉଭୟ ଘରୋଇ ଓ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଆବଶ୍ୟକୀୟ ଉନ୍ନତ ମାନର ସେବା ଯୋଗାଇ ଦେବାର ଲକ୍ଷ୍ୟ ନେଇ ଏହି ସପ୍ତାହ ପାଳନ କରାଯାଇଥାଏ ।

ପଥପ୍ରାନ୍ତ ନାଟକ ପ୍ରର୍ଶନୀ ସଂସ୍ଥା “”ନୁପୂର”ଦ୍ୱାରାଏହି ଅବସରରେ ଭୁବନେଶ୍ୱରର ୧୧ଟି ସହରାଞ୍ଚଳ ବସ୍ତି ଯଥା-ଶିଖରଚଣ୍ଡି, ସାଲିଆସାହି,ପଣ୍ଡାପାର୍କ,ଡ଼ୁମଡ଼ୁମା,ମହିଁଷିଖାଲ ଓ ଗଧିଆଖାଲ
ଇତ୍ୟାଦି ଅଞ୍ଚଳରେ ନବଜାତ ଶିଶୁର ଜନ୍ମ ପର ସମୟରେ ଯତ୍ନ ସଂପର୍କରେ ସବିଶେଷ ଧାରଣା ଦିଆଯାଇଥିଲା ଓ ଏଥିସହିତ ବିଭିନ୍ନ ପ୍ରକାର ରଚନା, ଶିକ୍ଷା ଓ ପ୍ରଚାରଧର୍ମୀ କାର୍ଯ୍ୟକ୍ରମର
ଆୟୋଜନ କରାଯାଇଥିଲା |

ସପ୍ତାହର ଶେଷଦିନ ସୋମବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ରାଜ୍ୟ ଶିଶୁ ସ୍ୱାସ୍ଥ୍ୟ ସାଧନ କେନ୍ଦ୍ର ତରଫରୁ ଏକ ରାଜ୍ୟସ୍ତରୀୟ କର୍ମଶାଳାର ଆୟୋଜନ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍
ନବଜାତ ଶିଶୁ ଯତ୍ନ ସପ୍ତାହ ପାଳିତ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ନବଜାତ ଶିଶୁ, ସ୍ୱାସ୍ଥ୍ୟ

About ଓଡିଶା ଡଟ କମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version