ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) କଟକରେ ଟ୍ୟୁସନରୁ ଫେରୁଥିବା ବେଳେ ଅପହରଣ ହୋଇଥିବା ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ପୋଲିସ ଖୋର୍ଦ୍ଧାରୁ ଉଦ୍ଧାର କରିଛି ।
ନିମସାହି ଅଞ୍ଚଳର ଦଶ ବର୍ଷ ବୟସ୍କ ଅବଦୁଲ ରେହେମାନଙ୍କୁ ପୋଲିସ ଶରଧାପୁର ଅଞ୍ଚଳରୁ ମଙ୍ଗଳବାର ସଂଧ୍ୟାରେ ଉଦ୍ଧାର କରିଥିବା ଜଣେ ଅଧିକାରୀ ବୁଧବାର କହିଛନ୍ତି ।
ଅପହରଣ କରିଥିବା ଦମ୍ପତି ବାଦଲ ଓରଫ ଜୁଲ ଫିକର ଅଲ୍ଲୀ ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଘର ରାଜକନିକା ଅନ୍ତର୍ଗତ ଓଳାଭର ଅଞ୍ଚଳରେ ବୋଲି ପୋଲିସ କହିଛି ।
ଉଭୟ ସ୍ୱାମୀ ସ୍ତ୍ରୀ ଅବଦୁଲଙ୍କୁ ଅପହରଣ କରି ଶରଧାପୁର ସ୍ଥିତ ତାଙ୍କ ଶ୍ୱଶୂର ଘରେ ରଖିଥିଲେ । ସେଠାରେ ତାଙ୍କୁ ମୁଣ୍ଡ ଜାମିନ ରଖି ୧୨ ଲକ୍ଷ ଟଙ୍କା ମାଗିଥିଲେ । ପରେ କଟକ ପୋଲିସ ଫୋନ୍ନ ମ୍ବରକୁ ଟ୍ରାକ୍ କରି ଖୋର୍ଦ୍ଧା ପୋଲିସ ସହ ଯୋଗାଯୋଗ କରିଥିଲା ।
ରବିବାର ସଂଧ୍ୟାରେ ଜଣେ ପଡ଼ୋଶୀ ଯୁବକ ରେହେମାନଙ୍କୁ ଟ୍ୟୁସନ ସ୍ଥାନରେ ଛାଡ଼ିବା ଓ ଟ୍ୟୁସନ ପରେ ଆଣିବାକୁ ଯାଇ ଆଉ ଫେରିନଥିବାରୁ ସଂପୃକ୍ତ ଛାତ୍ରଙ୍କୁ ଅପହରଣ କରିନିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଅବଦୁଲ ଡ଼ିପିଏସ୍ କଳିଙ୍ଗ ବିଦ୍ୟାଳୟର ଛାତ୍ର ।
ଓଡ଼ିଶା ଡ଼ଟ୍ କମ୍