ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଗରିବ ଲୋକଙ୍କ କଲ୍ୟାଣ ପାଇଁ ରାଜ୍ୟ ଚିକିତ୍ସା ପାଣ୍ଠି ଗଠନ କରିବାକୁ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।
ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ବୁଧବାର ଆୟୋଜିତ ଏକ ବୈଠକରେ ସ୍ଥିର କରାଯାଇଛି ।
କ୍ୟାନସର, ହୃଦରୋଗ, କିଡ଼୍ନୀ ଆଦି ଗୁରୁତର ରୋଗରେ ପୀଡ଼ିତ ବିପିଏଲ୍ ବ୍ୟକ୍ତିଙ୍କୁ ଏହି ପାଣ୍ଠିରୁ ଚିକିତ୍ସା ପାଇଁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ । ଆସନ୍ତା ଡ଼ିସେମ୍ବର ମାସରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ।
ରକ୍ତ ଭଣ୍ଡାରରୁ ରୋଗୀମାନେ ଯେପରି ସୁବିଧାରେ ଓ ଶୀଘ୍ର ଆବଶ୍ୟକ ରକ୍ତ ପାଇପାରିବେ ସେଥିପାଇଁ ରାଜ୍ୟର ସମସ୍ତ ରକ୍ତଭଣ୍ଡାରରେ ମ୍ୟାନେଜମେଂଟ ଇନ୍ଫରମେଶନ ସିଷ୍ଟମ ବ୍ୟବସ୍ଥା ପ୍ରଚଳନ ପାଇଁ ନିଷ୍ପତି ନିଆଯାଇଛି ।
ଏହାଦ୍ୱାରାରୋଗୀମାନେ ବିଭିନ୍ନ ରକ୍ତଭଣ୍ଡାରରେ ମହଜୁଦ ରକ୍ତ ସଂପର୍କରେ ସବିଶେଷ ତଥ୍ୟ ପାଇପାରିବେ ।
ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ବୋପାଇଁ ୧୧୪ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ମୁତୟନ କରିବାକୁ ସ୍ଥିର କରାଯାଇଥିବା ବେଳେ ବର୍ତମାନ ସୁଦ୍ଧା ୧୦୧ଟି କାର୍ଯ୍ୟକରୁଥିବା ବୈଠକରେ ସୂଚନା ଦିଆଯାଇଛି ।
ଓଡ଼ିଶା ଡ଼ଟ୍ କମ୍