Site icon Odisha.com

ପାରାଦୀପ: ବାଲିଯାତ୍ରା ପରେ ପ୍ରଦୂଷଣ ନେଇ ଉଦବେଗ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ବନ୍ଦର ସହର ପାରାଦୀପରେ ୧୨ଦିନ ଧରି ଚାଲିଥିବା ବାଲିଯାତ୍ରା ସୋମବାର ଶେଷ ହୋଇଥିବା ବେଳେ ଅଳିଆ ଆବର୍ଜନା ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିବାରୁ ସାଧାରଣରେ ଉ୍ବେଗ ପ୍ରକାଶ ପାଇଛି ।

ଛଅ କିମି ଲମ୍ବ ସମୁଦ୍ର କୂଳ ଅଂଚଳରେ ସ୍ଥାନୀୟ ଲୋକମାନେ ପିକ୍ନିକ୍ ତଥା ଭ୍ରମଣ କରିବାକୁ ଆସିଥାନ୍ତି କିନ୍ତୁ ବାଲିଯାତ୍ରା ପରେ ବର୍ତମାନ ଏହି ସ୍ଥାନ ଅଳିଆ ଆବର୍ଜନାରେ ଭର୍ତି ହୋଇଛି ।

ସ୍ଥାନୀୟ ଲୋକ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଏହି ଅଂଚଳରେ ବାଲିଯାତ୍ରା ପାଇଁ ପ୍ରଶାସନ ଅନୁମତି ଦେବା ଉଚିତ୍ ନୁହେଁ” ବନ୍ଦରର ଜଣେ କର୍ମଚାରୀ ରଂଜନ ଦ।ସ କହିଛନ୍ତି ।

ସମୁଦ୍ର କୂଳରେ ଦିନକୁଦିନ ବସ୍ତି ସଂଖ୍ୟା ବୃଦ୍ଧି ପାଉଛି । ପ୍ରାୟ ଶ ବର୍ଷ ତଳେ ଏହି ଅଂଚଳ ଏଭଳି ଦେଖାଯାଉନଥିଲା ଏବଂ ସେତେବେଳେ ଏତେ ସଂଖ୍ୟାରେ ବସ୍ତି ହୋଇନଥିଲା ବୋଲି ପାରାଦୀପର ସଂଜୀବ ମହାନ୍ତି କହିଛନ୍ତି ।

ପ୍ରତିିନ ନୂଆନୂଆ ଲୋକ ଏଠାକୁ ଆସି ବସ୍ତିରେ ବସବାସ କରୁଥିବା ବେଳେ ପ୍ରଶାସନ ସେମାନଙ୍କୁ ସେଠାରୁ ଉଚ୍ଛେଦ କରିବା ପାଇଁ କୌଣସି ପକ୍ଷେପ ଗ୍ରହଣ କରୁନଥିବା ସେ କହିଛନ୍ତି ।

ବର୍ତମାନ ପରିସ୍ଥିତିରେ ସଂପୃକ୍ତ ଅଂଚଳ ପରଷ୍କାର ପରିଚ୍ଛନ୍ନ ରଖିବା ପାଇଁ ବିଜ୍ଞାପିତ ଅଂଚଳ ପରିଷଦ ତଥା ବନ୍ଦର କର୍ତୃପକ୍ଷଙ୍କ ପାଇଁ କଷ୍ଟସାଧ୍ୟ ବ୍ୟାପାର ହୋଇପଡ଼ିଛି ।

ବାଲିଯାତ୍ରା ସମୟରେ ଦୋକାନୀମାନେ ଦୈନନ୍ଦିନର ଅଳିଆ ଆବର୍ଜନା ସମୁଦ୍ରକୂଳରେ ପକାଇଥିବାରୁ ଏହା ପଚି ନଷ୍ଟ ହୋଇଯାଇ ପରିବେଶ ପ୍ରଦୂଷିତ କରୁଛି ।

ତେବେ ବାଲିଯାତ୍ରା ଶେଷ ହେବା ପରେ ପ୍ରଶାସନ ଏହାର ସଫେଇ କାର୍ଯ୍ୟ ଆରମ୍ଭ କରିଛି ଏବଂ ଗୋଟିଏ ସପ୍ତାହ ମଧ୍ୟରେ ଏହା ଶେଷ ହେବ ବୋଲି ପାରାଦୀପ ଏନ୍ଏସି ଅଧ୍ୟକ୍ଷା ମଂଜୁଲତା ଜେନା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version