Site icon Odisha.com

ସଂଗ୍ରାମୀଙ୍କ ବଳିଦାନ ମନେରଖିବା ଉଚିତ୍: ପ୍ରିୟନାଥ ଦେଓ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଭାରତ ସ୍ୱାଧୀନତାର ୬୪ ବର୍ଷ ପୂରଣ ହୋଇଯାଇଥିଲେ ମଧ୍ୟ ଏଥିପାଇଁ କାରାବରଣ ତଥା ପ୍ରାଣବଳି ଦେଇଥିବା ସଂଗ୍ରାମୀଙ୍କୁ କେବେ ଭୁଲିବା ଉଚିତ୍ ନୁହେଁ ବୋଲି ଜଗତସିଂହପୁରରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ପ୍ରିୟନାଥ ଦେଓ କହିଛନ୍ତି ।

ରାଜ୍ୟର ଦୁଇ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକିଶୋର ଚୌଧୁରୀ ଏବଂ ଜାତୀୟ କବି ବୀର କିଶୋରଙ୍କ ଜନ୍ମ ୨୩ ନଭେମ୍ବରରେ ହୋଇଥିବାରୁ ଏହିଦିନଟି ଜଗତସିଂହପୁର ଜିଲ୍ଲାବାସୀଙ୍କ ପାଇଁ ଐତିହାସିକ ଦିନ ଭାବେ ପାଳିତ ହୋଇଆସୁଛି ।

ନବକୃଷ୍ଣ ଚୌଧୁରୀ ୨୩ ନଭେମ୍ବର ୧୯୦୧ରେ ଜିଲ୍ଲାର ଖେରସା ଗ୍ରାମରେ ଜନ୍ମଗ୍ରହଣ କରିଥିବା ବେଳେ ୧୮୯୬ ସେହି ମାସ ୩୦ ତାରିଖରେ କବି ବୀରକିଶୋର ଦାସ ପୂର୍ଣ୍ଣଗ୍ରାମ ଗାଁରେ ଜନ୍ମଗ୍ରହଣ କରିଥିଲେ ।

ନବ ବାବୁ କଲେଜ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ପରେ ସେ ସାବରମତି ଆଶ୍ରମ ଯାଇ ସେଠାରେ ଗାନ୍ଧୀଜୀଙ୍କ ଠାରୁ ଖଦି ତିଆରି ଶିକ୍ଷା ଗ୍ରହଣ କରିଥିଲେ ଏବଂ ୧୯୨୫ରେ ଶାନ୍ତି ନିକେତନରେ ରବୀନ୍ଦ୍ରନାଥ ଟେଗୋରଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ, ଦେଓ କହିଛନ୍ତି ।

ଲବଣ ସତ୍ୟାଗ୍ରହ ସମୟରେ ନବକୃଷ୍ଣ ଚୌଧୁରୀ ଆଗଧାଡ଼ିର ନେତା ଥିଲେ ଏବଂ ଏଥିପାଇଁ ପ୍ରଥମ ଥର ତାଙ୍କୁ ଚାରମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା । ୧୯୩୬ ଅପ୍ରେଲ ୧ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇବା ପରେ ସେ ବିଧାନସଭା ପାଇଁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ, ସେ କହିଛନ୍ତି ।

ଓଡ଼ିଆକୁ ଓଡ଼ିଶାର ସରକାରୀ ଭାଷାର ମାନ୍ୟତା ଦେବା ପାଇଁ ସେ କଠିନ କରିଶ୍ରମ କରିବା ସହ କୋରାପୁଟ ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପ ବନ୍ଦ ପାଇଁ ଉଦ୍ୟମ କରିଥିଲେ ।

ଶେଷରେ ସେ ୨୪ ଜୁନ୍ ୧୯୮୪ରେ ହୃଦଘାତରେ ପ୍ରାଣ ହରାଇଥିଲେ । ରାଜ୍ୟ ପାଇଁ ତାଙ୍କର ଅବଦାନ ରାଜ୍ୟବାସୀ ସବୁଦିନ ପାଇଁ ମନେ ରଖିବେ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version