Site icon Odisha.com

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଓଡ଼ିଶା ନିରାଶ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆଦିଲ୍ଲୀ, ନଭେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ରାଜ୍ୟ ସରକାର ବାରମ୍ବାର ଦ।ବି କରିଆସୁଥିବା ବେଳେ ଶେଷରେ ନିରାଶ ହେବାକୁ ପଡ଼ିଛି ।

ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ଯୋଗ୍ୟ ନୁହେଁ ବୋଲି କେନ୍ଦ୍ର ଯୋଜନା ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ବୁଧବାର ଲୋକସଭାରେ କହିଛନ୍ତି ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ବିହାରର ଦ।ବି ଉପରେ ବିଚାର କରାଯାଉଛି ବୋଲି ସେ କହିଛନ୍ତି । ଏହି ମାନ୍ୟତା ପାଇବା ପାଇଁ ଯେଉଁ ସର୍ତ ରହିଛି ତାହା ଓଡ଼ିଶା ପୂରଣ କରୁନାହିଁ ବୋଲି ସେ
ଦର୍ଶାଇଛନ୍ତି ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ହେଲେ ସଂପୃକ୍ତ ରାଜ୍ୟରେ ପାର୍ବତୀୟ ଏବଂ ଦୁର୍ଗମ ଅଂଚଳ, ବହୁ ସଂଖ୍ୟାରେ ଆଦିବାସୀ, ଅର୍ନ୍ତଜାତୀୟ ସୀମାରେଖା, ବିକାଶରେ ପଛୁଆ ଏବଂ ଆର୍ଥିକ ପରିସ୍ଥିତି ଖରାପ ରହିବା ଆବଶ୍ୟକ, ସେ କହିଛନ୍ତି ।

ସ୍ୱତନ୍ତ୍ର ପାହ୍ୟା ପାଇଁ ରହିଥିବା ସର୍ତାବଳୀରୁ କେବଳ ଆର୍ନ୍ତଜାତୀୟ ସୀମାରେଖ।। ବ୍ୟତୀତ ଓଡ଼ିଶା ଅନ୍ୟ ସମସ୍ତ ସର୍ତାବଳୀ ପୂରଣ କରୁଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ନିକଟରେ ଅନୁଷ୍ଠିତ ରାଷ୍ଟ୍ରୀୟ ବିକାଶ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଭାବେ ଘୋଷଣା କରିବାକୁ ଦ।ବି କରିଥିଲେ ।

ରାଜ୍ୟରେ ବହୁ ସଂଖ୍ୟାରେ ଆଦିବାସୀ ବସବାସ କରୁଛନ୍ତି ଏବଂ ଏହା ଆର୍ଥିକ ବିକାଶ କ୍ଷେତ୍ରରେ ଅନ୍ୟ ରାଜ୍ୟ ଗୁଡ଼ିକ ଠାରୁ ପଛରେ ରହିଛି ବୋଲି ସେ ଦର୍ଶାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version