ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଝାରସୁଗୁଡ଼ା, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଝାରସୁଗୁଡ଼ା ଜିଲ୍ଲାରେ ବୁଧବାର ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ ଜଣେ ବ୍ୟକ୍ତି ଆହତ ହୋଇଥିବା ପୋଲିସ କହିଛି ।
ଯାତ୍ରୀବାହୀ କୋରାପୁଟ ହାୱଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ ଉଭୟ ଝାରସୁଗୁଡ଼ା ଷ୍ଟେସନରେ ଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।
ମାଲବାହୀ ଟ୍ରେନ ଷ୍ଟେସନରୁ ଯିବା ପାଇଁ ସଂକେତ ଦିଆଯାଇଥିବା ବେଳେ ଯାତ୍ରୀବାହୀ ଟ୍ରେନ୍ ଡ଼୍ରାଇଭର ଟ୍ରେନ୍ କୁ ଆଗକୁ ବଢାଇଥିଲେ । ଫଳରେ ଗୋଟିଏ ଟ୍ରେନ୍ ଅନ୍ୟ ଟ୍ରେନ୍ ସହ ଘଷି ହୋଇଥିଲା ।
ତେବେ ବିକାଶ ନାୟକ ନାମକ ଜଣେ ଯୁବକ ଯାତ୍ରୀବାହୀ ଟ୍ରେନ୍ କୁ ଡ଼େଇଁ ପଡ଼ିବାରୁ ତାଙ୍କର ଗୋଡ଼ରେ ଆଘାତ ଲାଗିଛି । ଆହତ ଯୁବକଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍