Site icon Odisha.com

ବିଶିଷ୍ଟ ଶିକ୍ଷାବିତ୍ ନାରାୟଣ ପୃଷେଠଙ୍କ ପରଲୋକ

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକ ନାରାୟଣ ପୃଷେଠଙ୍କ ଶୁକ୍ରବାର ସକାଳେ ବରଗଡ଼ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି ।

ସେ ଦୀର୍ଘଦିନ ଧରି କୀଡ଼୍ନୀ ରୋଗରେ ପୀଡ଼ିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ତାଙ୍କ ଦୁଇ ଝିଅ, ପୁଅ ଏବଂ ପତ୍ନୀ ଅଛନ୍ତି ।

ତାଙ୍କର ପରଲୋକ ଖବର ପ୍ରଚାର ହେବା ପରେ ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚିଛନ୍ତି । ତାଙ୍କ ପୈତୃକ ଘର ବଲାଙ୍ଗୀର ହୋଇଥିଲେ ମଧ୍ୟ ସେ ବହୁ ବର୍ଷ ଧରି ବରଗଡ଼ରେ ବସବାସ କରିଆସୁଥିଲେ ।

ସେ ବଲାଙ୍ଗୀର, ବରଗଡ଼, ବରପାଲି, ପାଟଣାଗଡ଼ ଇତ୍ୟାଦି କଲେଜରେ ଅଧ୍ୟାପନା କରିଥିବା ବେଳେ ଓଡ଼ିଆ ସାହିତ୍ୟରେ ତାଙ୍କର ଅଗାଢ ଜ୍ଞାନ ଥିଲା । ସେ ବହୁ ପୁସ୍ତକ ମଧ୍ୟ ରଚନା କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version