ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ନଭେମ୍ବର୨୫(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀ ନେତା ମୋଲାଜୁଲା କୋଟେଶ୍ୱର ରାଓ ଓରଫ୍ କିଶନଜୀଙ୍କ ମୃତ୍ୟୁ ପରେ ଓଡ଼ିଶାରେ ହାଇଆଲର୍ଟ ଜାରି କରାଯାଇଛି ।
ପୋଲିସ କାର୍ଯ୍ୟାନୁଷ୍ଠା ଭୟରେ ମାଓବାଦୀମାନେ ବର୍ତମାନ ପଶ୍ଚିମବଙ୍ଗରୁ ଓଡ଼ିଶା ଚାଲିଆସିବା ସମ୍ଭାବନା ଥିବାରୁ ସୀମାନ୍ତବର୍ତୀ ମୟୁରଭଞ୍ଜ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର କହିଛନ୍ତି ।
ଜିଲ୍ଲାରେ କେନ୍ଦ୍ରୀୟ ସୁରକ୍ଷା ବାହୀନୀଙ୍କୁ ସତର୍କ ରହିବାକୁ କୁହାଯାଇଥିବା ବେଳେ ଶିମିଳିପାଳରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିବାକୁ କୁହାଯାଇଥିବା ସେ କହିଛନ୍ତି ।
କିଶନ୍ଜୀଙ୍କ ମୃତ୍ୟୁ ପରେ ମାଓବାଦୀମାନେ ପ୍ରତିହିଂସାପରାୟଣ ହୋଇ ବ୍ୟାପକ ହିଂସାକାଣ୍ଡ ଘଟାଇବାର ଆଶଂକା ରହିଛି ।
ପଶ୍ଚିମବଙ୍ଗ ମେିନାପୁର ଜିଲ୍ଲା ବୁରିସୋଲ ଜଙ୍ଗଲରେ ଗୁରୁବାର ମିଳିତ ବାହିନୀ ସହ ସଂଘର୍ଷରେ କିଶନ୍ଜୀ ପ୍ରାଣ ହରାଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍