ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନୂଆଦିଲ୍ଲୀ, ନଭେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦ।ବିରେ ଗୁରୁବାର ନୂଆଦିଲ୍ଲୀରେ ବିଜେଡ଼ି ସାଂସଦ୍ରମାନେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସାଂସଦମାନେ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଛିଡ଼ା ହୋଇ ହାତରେ ପ୍ଲାକାର୍ଡ଼ ଧରି ବିଭିନ୍ନ ସ୍ଲୋଗାନ ଦେଇଛନ୍ତି ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇବା ପାଇଁ ଓଡ଼ିଶାର ସମସ୍ତ ଯୋଗ୍ୟତା ଅଛି ବୋଲି ସାଂସଦମାନେ କହିଛନ୍ତି । କେନ୍ଦ୍ର ଯୋଜନା ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦ।ବି ଉପରେ ଦେଇଥିବା ମନ୍ତବ୍ୟକୁ ସେମାନେ ବିରୋଧ କରିବା ସହ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା
ଦେବାକୁ ଦ।ବି କରିଛନ୍ତି ।
ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ଯୋଗ୍ୟ ନୁହେଁ ବୋଲି ଅଶ୍ୱିନୀ କୁମାର ବୁଧବାର ଲୋକସଭାରେ କହିଥିଲେ ।
ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଜୁ ଯୁବ ଜନତା ଳର ନେତା ଓ କର୍ମୀମାନେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି ।
ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ଓଡ଼ିଶାର ଯୋଗ୍ୟତା ରହିଛି ଏବଂ ଏହି ଦ।ବି ହାସଲ ପାଇଁ ଗାଁ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଉପସ୍ଥିତ ନେତାମାନେ କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍