Site icon Odisha.com

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ପୁଣି ପ୍ରଧାନମନ୍ତ୍ରୀଙ୍କୁ ପତ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ବୋ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ଗୁରୁବାର ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପତ୍ର ଲେଖିଛନ୍ତି ।

ବିଭିନ୍ନ ସମୟରେ ରାଜ୍ୟ ସରକାର ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଦ।ବି କରିଆସୁଛନ୍ତି । ଓଡ଼ିଶାକୁ ଏହି ମାନ୍ୟତା ଦେବା ପାଇଁ ସେତେବେଳ ପ୍ରଧାନମନ୍ତ୍ରୀ ଥିବା ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ଅନୁରୋଧ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ ଦର୍ଶାଇଛନ୍ତି ।

ଆପଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ବିକାଶ ପରିଷଦର ୪୯ ତମ, ୫୦ ତମ ଏବଂ ୫୬ ତମ ବୈଠକରେ ମଧ୍ୟ ଏସଂପର୍କରେ ଦ।ବି ଉ୍ତଥାପନ କରାଯାଇଥିଲା । ବାର୍ଷିକ ଯୋଜନା ଚୂଡ଼ାନ୍ତ ସମୟରେ ମଧ୍ୟ ଏସଂପର୍କରେ ମୁଁ ଯୋଜନା କମିଶନଙ୍କ ଦୃଷ୍ଟିଆକର୍ଷଣ କରିଥିଲି, ସେପତ୍ରରେ
ଦର୍ଶାଇଛନ୍ତି ।

ଗତ ମଇ ୨୦୧୧ରେ ପାଟନାରେ ଅନୁଷ୍ଠିତ ପୂର୍ବାଞ୍ଚଳ ଆଞ୍ଚଳିକ ପରାମର୍ଶଦାତା ବୈଠକରେ ୍ୱାଶ ପଞ୍ଚବାର୍ଷିକ ଯୋଜନାର ଚୂଡ଼ାନ୍ତ ପର୍ଯ୍ୟାୟରେ ମଧ୍ୟ ସୁପାରିସ କରିବା ସହ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ଭାବେ ଘୋଷଣା କରିବା ପାଇଁ ପରାମର୍ଶ ଦେଇଥିଲି ।

ଆପଣଙ୍କର ଅଗଷ୍ଟ୨୦୦୬ରେ ଓଡ଼ିଶା ଗସ୍ତ ସମୟରେ ମଧ୍ୟ ଆମ ସରକାର ତରଫରୁ ଏ ସଂକ୍ରାନ୍ତୀୟ ଏକ ପତ୍ର ଦିଆଯାଇଥିଲା ।

ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ପାଇଁ ଥିବା ସର୍ତଗୁଡ଼ିକ ମଧ୍ୟରୁ ଗୋଟିଏକୁ ବାଦ ଦେଲେ ଓଡ଼ିଶା ପ୍ରାୟ ସବୁ ସର୍ତ ପୂରଣ କରୁଛି । ତାହାହେଲା ଏହାର ସୀମା କୌଣସି ପଡ଼ୋଶୀ ଦେଶ ସହ ସଂଲଗ୍ନ ନୁହେଁ ।

ଏହା ବିଷୟରେ ଆପଣ ଓ ଯୋଜନା କମିଶନ ଉଭୟ ଅବଗତ ଅଛନ୍ତି । ଏହା ସତ୍ୱେ ଆପଣଙ୍କ ସରକାର ଏ ବିଷୟରେ କୌଣସି ସକାରାତ୍ମକ ପଦକ୍ଷେପ ନେଉନାହିଁ । ଭାରତ ସରକାର ଏହି ତାଲିକାରେ ବିହାର ଭଳି ଅନ୍ୟ ରାଜ୍ୟ ଗୁଡ଼ିକୁ ଅର୍ନ୍ତଭୁକ୍ତ କରିବାକୁ ଯାଉଥିବା ଜାଣିବାକୁ ପାଇଛୁ ବୋଲି ମୁଖ୍ୟମନ୍ତ୍ରୀ ର୍ଶାଇଛନ୍ତି ।

ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଏଠାରେ ଦାର୍ରିତାର ହାର ଅଧିକ । ତେଣୁ ଆମ ରାଜ୍ୟକୁ ଏହି ତାଲିକାରେ ଅର୍ନ୍ତଭୁକ୍ତ କରିବା ଆବଶ୍ୟକ ।

ଆପଣ ଏହି ମାମଲାରେ ହସ୍ତକ୍ଷେପ କରିବା ସହ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେବା ପାଇଁ ଉଚିତ୍ ପଦକ୍ଷେପ ନେବେ, ନବୀନ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version