Site icon Odisha.com

ସଡ଼କ ଦୁର୍ଘଟଣାରେ ବିଧାୟକଙ୍କ ସମେତ ତିନି ଆହତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଉମରକୋଟ,ନଭେମ୍ବର୨୪(ଓଡ଼ିଶା ଡ଼ଟ୍ କମ୍) ଉମରକୋଟ ଉପନିର୍ବାଚନରେ ପ୍ରଚାର କରିବା
ପାଇଁ ଯାଉଥିବା ସମୟରେ ଗୁରୁବାର ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ସମେତ ତିନି ଜଣ ଏକ
ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି ।

ସକାଳେ ତ୍ରିପାଠୀ ନିଜ ଗାଡ଼ିରେ ଉମରକୋଟରୁ ରାଇଘର ଯାଉଥିବା ସମୟରେ ବାହାଡ଼ା ପୋଲ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ସାଇକେଲ ଆରୋହୀକୁ ବଂଚାଇବାକୁ ଯାଇ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା ।

ଆହତମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।

ଚଳିତ ମାସ ୩୦ତାରିଖରେ ଏହି ଉପନିର୍ବାଚନ ଅନୁଷ୍ଟିତ ହେବ ।

ଓଡ଼ିଶା ଡ଼ଟ୍ କମ

Exit mobile version