Site icon Odisha.com

ଡ଼ିସେମ୍ବର ୧୫ସୁଦ୍ଧା ଆଦିବାସୀ ସ୍କୁଲରେ ଶିକ୍ଷକ ନିଯୁକ୍ତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ଦ୍ୱାରାପରିଚାଳିତ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷକ ଅଭାବ ପୂରଣ କରିବା ନିମନ୍ତେ ଆସନ୍ତା ଡ଼ିସେମ୍ବର ୧୫ ମଧ୍ୟରେ ଦୁଇ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବା ପାଇଁ ସରକାର ଗୁରୁବାର ନିଷ୍ପତି ଗ୍ରହଣ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଥିବା ବେଳେ ତିନି ଲକ୍ଷ ଆଦିବାସୀ ଝିଅ ଏବଂ ୪୦ ହଜାର ଆଦିବାସୀ ପୁଅଙ୍କ ପାଇଁ ୩୩୬୨ଟି ହଷ୍ଟେଲ ନିର୍ମାଣ ପାଇଁ ଯୋଜନା କରାଯାଇଥିବା କୁହାଯାଇଛି ।

ଆଉ ୯୩୫ଟି ଛାତ୍ରୀ ନିବାସର ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଏହା ଆଗାମୀ ଶିକ୍ଷା ବର୍ଷରୁ କାର୍ଯ୍ୟକ୍ଷମ ହେବ । ଜନଜାତି ପିଲା ମାନଙ୍କୁ ବଡ଼ ସହରରେ ରଖି ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ନିମନ୍ତେ ହଷ୍ଟେଲ ନିର୍ମାଣ ପାଇଁ ଭୁବନେଶ୍ୱରରେ ତିନୋଟି ସ୍ଥାନ ଚିହ୍ନଟ କରାଯାଇଥିବା ବୈଠକରେ କୁହାଯାଇଛି ।

ଏହାବ୍ୟତୀତ ବ୍ରହ୍ମପୁରରେ ୧୫୦ ପିଲାଙ୍କ ପାଇଁ ହଷ୍ଟେଲ ପ୍ରସ୍ତୁତ କରାଯାଇଥିବା ବେଳେ ରାଉରକେଲାରେ ମଧ୍ୟ ହଷ୍ଟେଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version