Site icon Odisha.com

ଉପନିର୍ବାଚନ: ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଉମରକୋଟ, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ଆଉ ପାଞ୍ଚଦିନ ପରେ ଉମରକୋଟ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକ୍ୟାପ୍ଟରରେ ସେଠାକୁ ଯାଇ ଆୟୋଜିତ ସାଧାରଣ ସଭାରେ ଉ୍ବୋଧନ ଦେବା ସହ କେନ୍ଦ୍ର ସରକାର ଏବଂ ବିଜେପିକୁ ସମାଲୋଚନା କରିଛନ୍ତି ।

ପରେ ସେ ରାଇଘର ଯାଇ ସେଠାରେ ମଧ୍ୟ ସାଧାରଣ ସଭାରେ ଉ୍ବୋଧନ ବୋର କାର୍ଯ୍ୟକ୍ରମ ରହିଛି ।

ଏହି ଆସନ ଦଖଲ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟ ପ୍ରାଣମୁର୍ଚ୍ଛା ଉଦ୍ୟମ କରୁଥିବା ବେଳେ ସଂପୃକ୍ତ ଦଳର ବରିଷ୍ଠ ନେତାମାନେ ଘରଘର ବୁଲି ନିଜ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି ।

ବିଜେଡ଼ି ସ୍ୱର୍ଗତ ଜଗବନ୍ଧୁ ମାଝିଙ୍କ ଘନିଷ୍ଠ ସହଯୋଗୀ ସୁବାସ ଗଣ୍ଡଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ଧର୍ମୁ ଗଣ୍ଡ ଓ କଂଗ୍ରେସରୁ ଯତୀନ୍ଦ୍ର ଗଣ୍ଡ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ।

ଦୁର୍ବୃତଙ୍କ ଗୁଳିମାଡ଼ରେ ଗତ ସେପ୍ଟେମ୍ବର ୨୪ରେ ବିଜେଡ଼ି ବିଧାୟକ ଜଗବନ୍ଧୁ ମାଝୀଙ୍କ ମୃତ୍ୟୁ ପରେ ଏହି ଆସନଟି ଖାଲିପଡ଼ିଛି । ଚଳିତ ମାସ ୩୦ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ।

ଓଡ଼ିଶା ଡ଼ଟ୍ କମ୍

Exit mobile version