ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
କଟକ, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) କଟକ ସ୍ଥିତ ବାରବାଟୀ ଷ୍ଟାଡ଼ିୟମରେ ୨୯ ତାରିଖରେ ହେବାକୁଥିବା ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ୍ ମ୍ୟାଚ୍ ପାଇଁ ଶନିବାର ସକାଳୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି ।
ଟିକେଟ୍ ପାଇଁ ଗତକାଲି ରାତିରୁ ଷ୍ଟାଡ଼ିୟମ ସମ୍ମୁଖରେ ଦର୍ଶକଙ୍କ ଭିଡ଼ ଲାଗି ରହିଛି । ଦର୍ଶକମାନେ ଶାନ୍ତିଶୃଙ୍ଖାର ସହ ଟିକେଟ୍ ପାଇବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଷ୍ଟାଡ଼ିୟମ ପରିସରରେ ଥିବା ତିନୋଟି କାଉନ୍ଟରରେ ଟିକେଟ୍ ବିକ୍ରି ଚାଲିଛି । ଟିକେଟ୍ ଶେଷ ହେବା ପର୍ଯ୍ୟନ୍ତ ବିକ୍ରି ଚାଲିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି ।
ଟିକେଟ୍ କଳାବଜାରିକୁ ରୋକିବା ପାଇଁ କାଉନ୍ଟର ଗୁଡ଼ିକରେ କ୍ଲୋଜ ସର୍କିଟ କ୍ୟାମେରା ଲଗା ଯାଇଥିବା ବେଳେ ପ୍ରତ୍ୟେକ ବ୍ୟକ୍ତିଦୁଇଟି ଟିକେଟ୍ ନେଇ ପାରିବେ ବୋଲି କୁହାଯାଇଛି ।
ହର୍ସ ଗେଟ୍ ନିକଟରେ ଥିବା ପ୍ରଥମ କାଉନ୍ଟରରେ କର୍ପୋରେଟ୍ ବକ୍ସ ପାଇଁ ଟିକେଟ୍ ମୂଲ୍ୟ ୮ ହଜାର ଟଙ୍କା, ଏସି ବକ୍ସ ୫ ହଜାର ଟଙ୍କା, ନିଉ ପାଭିଲିୟନ ତିନି ହଜାର ଟଙ୍କା ଏବଂ ସ୍ପେସାଲ ଏନ୍କ୍ଲୋଜର ପାଇଁ ଟିକେଟ୍ ମୂଲ୍ୟ ୧୫୦୦ ଟଙ୍କା ରଖାଯାଇଛି ।
୨ ଓ ୩ ନମ୍ବର କାଉନ୍ଟରରେ ଗ୍ୟାଲେରୀ ୧, ୨, ୩, ୪, ୬ ଓ ୭ ପାଇଁ ଟିକେଟ୍ ମୂଲ୍ୟ ଚାରିଶହ ଟଙ୍କାରେ ବିକ୍ରି କରାଯିବ ।
ଚଳିତ ବର୍ଷ ଷ୍ଟାଡ଼ିୟମରେ ୪୪ ହଜାର ୫୭୦ ଜଣ ଦର୍ଶକ ମ୍ୟାଚ ଖେିବାର ବ୍ୟବସ୍ଥା କରାଯାଇଛି । ଏଥିମଧ୍ୟରୁ କମ୍ପ୍ଲିମେଂଟାରୀ ପାସ୍ ଆକାରରେ ୧୧ ହଜାର ୯୦ଟି ଟିକେଟ୍ ବଂଟନ କରାଯାଇଛି ।
ସେହିପରି ୧୨ ହଜାର ୬୪୦ଟି ଟିକେଟ୍ ବିସିସିଆଇ ଏବଂ ଓସିଏ ଅନୁବନ୍ଧିତ ୟୁନିଟ୍ ଓ ବିଭିନ୍ନ ପ୍ରାୟୋଜକଙ୍କ ପାଇଁ ଗତ ୨୩/୨୪ ତାରିଖରେ ବିକ୍ରି ହୋଇଥିବା ବେଳେ ଅନ୍ଲାଇନ ମାଧ୍ୟମରେ ୩ ହଜାର ୬୯୪ଟି ଟିକେଟ୍ ବିକ୍ରି ହୋଇଛି ।
ଓଡ଼ିଶା ଡ଼ଟ୍ କମ୍