Site icon Odisha.com

କୋଲକାତା ବନ୍ଦର ସଂପ୍ରସାରଣ ବିଜ୍ଞପ୍ତି ହାଇକୋର୍ଟରେ ରଦ୍ଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) କୋଲକାତା ବନ୍ଦର ସଂପ୍ରସାରଣ ପାଇଁ ବନ୍ଦର କର୍ତୃପକ୍ଷ ଏବଂ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିକୁ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ରଦ୍ଦ କରିଦଇଛନ୍ତି ।

କେନ୍ଦୁଝର ନବ ନିର୍ମାଣ ସମିତି ସଂପାକ ଦିଲୀପ କୁମାର ମହାପାତ୍ରଙ୍କ ଦ୍ୱାରାଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ବିଏନ୍ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।

ଉକ୍ତ ବିଜ୍ଞପ୍ତି ତୃଟିପୂର୍ଣ୍ଣ ଏବଂ ଏହା ସମ୍ବିଧାନର ଧାରା ୧୪ ଉଲଂଘନ କରୁଥିବା ଦର୍ଶାଇ କୋର୍ଟ ଏହାକୁ ରଦ୍ଦ କରିଥିବା ଜଣେ ଆଇନଜୀବୀ କହିଛନ୍ତି ।

ଅନ୍ୟ ରାଜ୍ୟ ସୀମାରେ ଥିବା ଅଂଚଳକୁ କେନ୍ଦ୍ର ସରକାର ସଂପୃକ୍ତ ରାଜ୍ୟ ସହ ଯୋଗାଯୋଗ ନକରି କୌଣସି ବନ୍ଦର ପାଇଁ ଜମି ବଳପୂର୍ବକ ଅଧିଗ୍ରହଣ କରିପାରିବେ ନାହିଁ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି ।

ହଳିଆ ବନ୍ଦରର ୨୦୦ କିମି କ୍ଷିଣକୁ ସଂପ୍ରସାରଣ ପାଇଁ କଲିକତା ବନ୍ଦର କର୍ତୃପକ୍ଷ ଗତ ୧୦ ନଭେମ୍ବର ୨୦୧୦ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ଏହାଦ୍ୱାରାଓଡ଼ିଶାର ଧାମରା, ଚୁଡ଼ାମଣି, ଚାନ୍ଦିପୁର, ଇଂଚୁଡ଼ି, ଦକ୍ଷିଣ ସୁବର୍ଣ୍ଣରେଖା, ବିଚିତ୍ରପୁର ଏବଂ ବାହାବଲପୁର ଆଦି ସାତଟି ବନ୍ଦର କଲିକତା ବନ୍ଦର କର୍ତୃପକ୍ଷଙ୍କ ନିୟନ୍ତ୍ରଣରେ ରହିବ ଓ ରାଜ୍ୟର ରାଜସ୍ୱ କ୍ଷତି ହେବା ଦର୍ଶାଇ ସାଧାରଣ ଲୋକ ଓ ଓଡ଼ିଶା ସରକାର ଏହାକୁ ବିରୋଧ କରୁଥିଲେ ।

ଏହି ବିଜ୍ଞପ୍ତି ବିରୋଧରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଜଣାଇବା ସହ ରାଜ୍ୟ କଂଗ୍ରେସ ନେତାଙ୍କ ଏକ ଦଳ ବିଜ୍ଞପ୍ତି ପ୍ରତ୍ୟାହାର ଦ।ବିରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ସାକ୍ଷାତ କରି ଜଣାଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version