Site icon Odisha.com

ନାରାୟଣପାଟଣା: ବିପୁଳ ପରିମାଣର ବିସ୍ଫୋରକ ଜବତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନାରାୟଣପାଟଣା, ନଭେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀ ନେତା କିଶନଜୀଙ୍କ ହତ୍ୟାର ଦିନକ ପରେ ଶୁକ୍ରବାର କୋରାପୁଟ ଜିଲ୍ଲା ନାରାୟଣପାଟଣା ଅଂଚଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ପୋଲିସ କହିଛି ।

ରାଜିନଗୁଡ଼ା ଜଂଗଲରୁ ବିଏସ୍ଏଫ୍ ଯବାନମାନେ ୪୫ କିଗ୍ରା ବିସ୍ଫୋରକ ଜେଲ, ୪୫ କିଗ୍ରା ଜେଲ ଆଇଇଡ଼ି, ୭.୫ କିଗ୍ରା ଗନ୍ ପାଉଡ଼ର, ୧୫ କିଗ୍ରା ୟୁରିଅ ଏବଂଦୁଇଶହ ମିଟର ତାର ଜବତ କରିଥିବା ଜିଲ୍ଲା ପୋଲିସ ମୁଖ୍ୟ ଅନୂପ କୁମାର ସାହୁ କହିଛନ୍ତି ।

ମାଓବାଦୀମାନେ ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବା ପାଇଁ ଏଭଳି ବିସ୍ଫୋରକ ରଖିଥିବା ପୋଲିସ କହିଛି ।

ପୋଲିସ ଉପରେ ଆକ୍ରମଣର ଯୋଜନା କରୁଥିବା ବେଳେ ପେ।ଦ।ରପର ଗ୍ରାମରୁ ମାଓବାଦୀ ନାର୍ସୁକୁ ଆଜି ପୋଲିସ ଗିରଫ କରିବା ସହ ତା’ଠାରୁ ବନ୍ଧୁକ ଜବତ କରିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version