Site icon Odisha.com

ଦୁର୍ଘଟଣାରେ ତିନି ମହିଳାଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ

ଢ଼େଙ୍କାନାଳ, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) ଢେଙ୍କାନାଳ ଜିଲ୍ଲାର ଏକ ସ୍ଥାନରେ ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ତିନି ଜଣ ମହିଳାଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ଶନିବାର କହିଛି ।

ବୋଲେରୋ ଗାଡ଼ିଟି ଦେବଗଡ଼ରୁ କେତେକ ଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଭୋର ସମୟରେ ପଂଚୁପଟୀ ଠାରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ଧକ୍କା ହୋଇଥିଲା ।

ଘଟଣାସ୍ଥଳରେ ଗାଡ଼ି ଡ଼୍ରାଇଭରଙ୍କ ସହ ତିନି ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତ ମାନଙ୍କୁ ପ୍ରଥମେ ସ୍ଥାନୀୟ ଡ଼ାକ୍ତରଖାନାରେ ଚିକିତ୍ସିତ କରାଯାଇ ପରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version