Site icon Odisha.com

ଧୀରେନ ସାହୁ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷ ନିର୍ବାଚିତ

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

କେନ୍ଦ୍ରାପଡ଼ା, ନଭେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ପୌରନିର୍ବାଚନ ପରେ ସମସ୍ତ କଳ୍ପନା ଜଳ୍ପନାର
ଅବସାନ ଘଟାଇ ବିଜେଡ଼ିର ଧୀରେନ ସାହୁ ୧୪୨ ବର୍ଷ କେନ୍ଦ୍ରାପଡ଼ା ପୌରପରିଷଦର ଅଧ୍ୟକ୍ଷ ଭାବେ
ନିର୍ବାଚିତ ହୋଇଛନ୍ତି ।

ଶନିବାର ଅନୁଷ୍ଠିତ ଅଧ୍ୟକ୍ଷ ନିର୍ବାଚନରେ ବିଜେଡ଼ି ପକ୍ଷରୁ ୭ ନମ୍ବର ୱାର୍ଡ଼ କାଉନ୍ସିଲର ସାହୁ ଓ
କଂଗ୍ରେସ ପକ୍ଷରୁ ୧୮ ନମ୍ବର ୱାର୍ଡ଼ କାଉନ୍ସିଲର ଶରତ ବେଉରା ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ପୌର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ବିଧିବଦ୍ଧଭାବେ ଅନୁଷ୍ଠିତ
ନିର୍ବାଚନରେ ଧିରେନଙ୍କ ସପକ୍ଷରେ ମୋଟ ୧୪ଟି ଭୋଟ ଯାଇଥିବା ବେଳେ ଶରତଙ୍କ ସପକ୍ଷରେ
ମାତ୍ର ୬ଟି ଭୋଟ ଯାଇଥିଲା ।

ତେବେ ୮ ନମ୍ବର ୱାର୍ଡ଼ର ଏକମାତ୍ର ବିଜେପି କାଉନ୍ସିଲର ଜୟରାମ ବେହେରା ଏହି ନିର୍ବାଚନରେ
ଅନୁପସ୍ଥିତ ରହିଥିଲେ ।

୨୧ଟି ଆସନ ବିଶିଷ୍ଟ ପୌରପରିଷଦ ନିର୍ବାଚନରେ ବିଜେଡ଼ି ୧୩ଟି, କଂଗ୍ରେସ ୫ଟି, ବିଜେପି , ଏନ୍ ସିପି ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ୱାର୍ଡ଼ରେ ବିଜୟୀ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version