Site icon Odisha.com

ନନ୍ଦନକାନନରେ ବଉଳା କୁମ୍ଭୀରର ମୃତ୍ୟୁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ଭୁବନେଶ୍ୱର ଉପକଣ୍ଠସ୍ଥ ନନ୍ଦନକାନନ
ପ୍ରାଣୀଉଦ୍ୟାନରେ ଥିବା ଗୋଟିଏ ମାଈ ବଉଳା କୁମ୍ଭୀରର ମୃତ୍ୟୁ ହୋଇଥିବା ଜଣେ ଅଧିକାରୀ
ରବିବାର କହିଛନ୍ତି ।

ଶନିବାର ମୃତ୍ୟୁବରଣ କରିଥିବା ଏହି କୁମ୍ଭୀରକୁ ୧୯୯୯ରେ ପାରାଦୀପରୁ ଅଣାଯାଇଥିଲା ଓ ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲା ।

ଅସୁସ୍ଥତା ଯୋଗୁଁ ସେ କିଛି ଖିଆପିଆ କରୁନଥିଲା ଏବଂ ତାକୁ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଯାଉଥିଲା । ତେବେ କିଡ଼ନୀରେ ଷ୍ଟୋନ ଯୋଗୁଁ ତାର ମୃତ୍ୟୁ ହୋଇଥିବା କୁହାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ବାଘୁଣୀ ତନୁଜା, ୫ଟି ବାଘ ଛୁଆ ଏବଂ କଲିକତାରୁ ଆସିଥିବା ସିଲଭର ପିଜାଂଟର ମୃତ୍ୟୁ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version