Site icon Odisha.com

ରାଜେନ୍ଦ୍ର କିଶୋର ପଣ୍ଡା ପାଇବେ ଗଙ୍ଗାଧର ସମ୍ମାନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର,ନଭେମ୍ବର୨୬(ଓଡ଼ିଶା ଡ଼ଟ୍ କମ୍) ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା ଗଙ୍ଗାଧର
ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି ।

ମହାନ୍ କବି ଗଙ୍ଗାଧର ମେହେର(୧୮୬୨-୧୯୨୪)ଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ପୁରସ୍କାର ଦିଆଯାଇଥାଏ ।

ସମ୍ମାନ ପାଉଥିବା ପ୍ରତିଭାଙ୍କୁ ନଗଦ ୫୦ ହଜାର ଟଙ୍କା,ଏକ ଉପଢୌକନ ଏବଂ ସମ୍ମାନ ଫଳକ ପ୍ରଦାନ କରାଯାଇଥାଏ ।

ବିଭିନ୍ନ ଭାଷାର ସାହିତ୍ୟିକ ତଥା କବି ଯଥା ଅଲ୍ଲୀ ସର୍ଦାର ଜଫ୍ରୀ, କୋର ନାଥ ସିଂହ, ଆୟାପା
ପାନିକର୍, ଶକ୍ତି ଚଟ୍ଟୋପାଧ୍ୟାୟ, କେ.ସଚ୍ଚିିଦାନନ୍ଦ, ଦିଲ୍ଲୀପ ଛିତ୍ରେ, ଜୟନ୍ତ ମହାପାତ୍ର, ଗୁଲଜାର,
ନବକାନ୍ତ ବରୁଆ, ପ୍ରଫେସର ଏ.ଏମ୍.କେ ସାର୍ଆର୍, ନିରୂପମ କୌର, ବିନ୍ଦା କରନିକର୍,
ହରପ୍ରସାଦ ଦାଶ ଏବଂ ରମାକାନ୍ତ ରଥଙ୍କୁ ପୂର୍ବରୁ ଏହି ସମ୍ମାନରେ ଭୂଷିତ କରାଯାଇଛି ।

ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଆଗାମୀ ଜାନୁଆରୀ ୪ରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ କହିଛନ୍ତି ।

ପୂର୍ବରୁ ପଣ୍ଡା ୧୯୮୫ରେ କେନ୍ଦ୍ରୀୟ ସାହିତ୍ୟ ଏକାଡ଼େମୀ ସମ୍ମାନ ଏବଂ ୧୯୯୫ରେ ସାରଳା ସମ୍ମାନରେ ଭୂଷିତ ହୋଇଛନ୍ତି ।

ମୁଖ୍ୟ ଶାସନ ସଚିବ ପାହ୍ୟାର ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବେ ଅବସର ଗ୍ରହଣ  କରିଥିବା ପଣ୍ଡାଙ୍କ ଜନ୍ମ ୧୯୪୪ ମସିହାରେ ସମ୍ବଲପୁର ଜିଲ୍ଲାରେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version