Site icon Odisha.com

ଡ଼ିଏଫ୍ଆଇଡ଼ି ତାଲିକାରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ନମ୍ବର ଏକ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଟୀକାକରଣ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ବିଚାର କରି ଦେଶର ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ସମୟରେ ଡ଼ିଏଫ୍ଆଇଡ଼ି ଓଡ଼ିଶାକୁ ଏକ ନମ୍ବର ସ୍ଥାନରେ ରଖିଛି ।

ରାଜ୍ୟରେ ଚାଲିଥିବା ସ୍ୱାସ୍ଥ୍ୟସେବା ଯୋଜନା(ଓଏଚ୍ଏସ୍ପି)ର କାର୍ଯ୍ୟକାରୀତା ନେଇ ଅତ୍ୟନ୍ତ ଖୁସି ବୋଲି ଡ଼ିଏଫ୍ଆଇଡ଼ି ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଲେଖାଯାଇଥିବା ପତ୍ରରେ ଦର୍ଶାଯାଇଛି ।

ସ୍ୱଚ୍ଛ ପାନୀୟଜଳ, ପରିମଳ ବ୍ୟବସ୍ଥା ଆଦି ଯୋଜନା କାର୍ଯ୍ୟକାରୀ କରାଯିବା ସହିତ ବହୁମୁଖୀ ପରିବାର ନିୟନ୍ତ୍ରଣ ଯୋଜନା ପାଇଁ ଡ଼ିଏଫ୍ଆଇଡ଼ି ୭୦୦ କୋଟି ଟଙ୍କା ଯୋଗାଇ ଦେବେ ବୋଲି ଏହାର କେନ୍ଦ୍ରୀୟ ପ୍ରତିନିଧିମାନେ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ସମୀକ୍ଷା ପରେ ଘୋଷଣା କରିଛନ୍ତି ।

ରାଜ୍ୟରେ ଶିଶୁ ମୃତ୍ୟୁହାର ପ୍ରତି ଏକ ହଜାରରେ ୬୯ରୁ ୬୨କୁ ହ୍ରାସ ପାଇଥିବା ବେଳେ ମାତୃ ମୃତ୍ୟୁହାର ପ୍ରତି ଏକ ଲକ୍ଷରେ ୩୦୩ରୁ ୨୫୮କୁ ହ୍ରାସ ପାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ।

କେବଳ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ନୁହେଁ ଆଦିବାସୀ ମହିଳାମାନେ ମଧ୍ୟ ଚିକିତ୍ସାଳୟରେ ସନ୍ତାନ ପ୍ରସବ କରିବାକୁ ଆଗଭର ହୋଇଛନ୍ତି । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ପାଇଁ ସଫଳତାର ମାଇଲଖୁଣ୍ଟ ବୋଲି ଡ଼ିଏଫ୍ଆଇଡ଼ି ଏହି ପତ୍ରରେ ଉଲ୍ଲେଖ କରିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version