Site icon Odisha.com

ବାପାଙ୍କ ଚକ୍ଷୁ ଦ।ନ କଲେ ସନ୍ତାନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଜଗତସିଂହପୁର, ନଭେମ୍ବର ୨୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାର ଏକ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ସନ୍ତାନମାନେ ବାପାଙ୍କ ମୃତ୍ୟୁ ପରେ ତାଙ୍କର ଚକ୍ଷୁ ଦ।ନ କରି ଉଦାହରଣ ସୃଷ୍ଟି କରିଛନ୍ତି ।

ବାର୍ଦ୍ଧକ୍ୟ ଜନିତ କାରଣରୁ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବିଶ୍ୱାଳି ଗ୍ରାମର ୮୬ ବର୍ଷ ବୟସ୍କ ରାଜେନ୍ଦ୍ର ପରମାଣିକଙ୍କ ଶନିବାର ପରଲୋକ ହୋଇଥିଲା ।

ଚକ୍ଷୁାନ ଯୋଗୁଁ ଜଣେ ବ୍ୟକ୍ତି ଦୁନିଆକୁ ଦେଖିପାରିବ ଆଶାକରି ତାଙ୍କର ପାଂଚ ପୁଅ , ଦୁଇ ଝିଅ ଏବଂ ଜଣେ ସଂପର୍କୀୟ ରାଜେନ୍ଦ୍ରଙ୍କ ଚକ୍ଷୁଦାନ କରିଛନ୍ତି ।

“”ମୃତ୍ୟୁ ପରେ ମୋ ଆଖି ଦ।ନ କରିବେ ବୋଲି ଶ୍ୱଶୁର କହୁଥିଲେ । ତେଣୁ ଆମେ ଭୁବନେଶ୍ୱର ସ୍ଥିତ ଦୃଷ୍ଟିଦାନ ଚକ୍ଷୁ ଚିକିତ୍ସାଳୟ ଯୋଗାଯୋଗ କରିଥିଲୁ ଏବଂ ଡ଼ାକ୍ତର ଆସି ଠିକ୍ ଭାବେ ଚକ୍ଷୁଦୁଇଟିକୁ କାଢିଥିଲେ” ରାଜେନ୍ଦ୍ରଙ୍କ ଜ୍ୱାଇଁ ନୃସିଂହ ନାଥ ଭାବବିହ୍ୱଳ ହୋଇ କହିଛନ୍ତି ।

ନିଜେ ଚକ୍ଷୁାନ କଲେ ଅନ୍ୟ ଲୋକମାନେ ଏହା ଖେି ଉତ୍ସାହିତ ହେବେ ଏବଂ ମୃତ୍ୟୁପରେ ଚକ୍ଷୁଦାନ କରିବେ ଭାବି ଚକ୍ଷୁଦାନ କରିବାକୁ ସେ ସ୍ଥିର କରିଥିଲେ, ନୃସିଂହ କହିଛନ୍ତି ।

ବାପାଙ୍କ ଇଚ୍ଛା ଅନୁଯାୟୀ ତାଙ୍କର ଚକ୍ଷୁ ।ନ କରାଯାଇଛି ଏହାଦ୍ୱାରାଆମର କୌଣସି କ୍ଷତି ହୋଇ ନାହିଁ ବରଂଦୁଇଟି ଶିଶୁ ଦୁନିଆ ଦେଖିବାକୁ ସକ୍ଷମ ହେବେ ଏବଂ ତାଙ୍କ ପରିବାର ଲୋକଙ୍କ ହୃୟରେ ବାପା ସବୁଦିନ ବଂଚି ରହିବେ ବୋଲି ରାଜେନ୍ଦ୍ରଙ୍କ ପୁଅ ସଶିକାନ୍ତ କହିଛନ୍ତି ।

ବାପାଙ୍କ ମୃତ୍ୟୁ ଖବର ପାଇବା ପରେ ମୁଁ କାନ୍ଦିଥିଲି କିନ୍ତୁ ତାଙ୍କର ଚକ୍ଷୁ ଅନ୍ୟ ଦୁଇ ଜଣ ଜୀବନ ଆଲୋକିତ କରିବ ଜାଣି ବହୁତ ଖୁସି ବୋଲି ଅନ୍ୟ ଜଣେ ପୁଅ ଲେଲିନ କୁମାର ପରମାଣିକ କହିଛନ୍ତି ।

୮୦ରୁ ୮୯ ବର୍ଷର ବ୍ୟକ୍ତି ଚକ୍ଷୁଦାନ କରିବା ପାଇଁ ଉପଯୁକ୍ତ ତେଣୁ ବୟସ୍କ ଲୋକମାନେ ଚକ୍ଷୁ ଦ।ନ କରିବା ଉଚିତ୍ ବୋଲି ଚକ୍ଷୁ ବ୍ୟାଙ୍କ ର ନୀଳାଦ୍ରୀ ବିହାରୀ ଦ।ସ କହିଛନ୍ତି ।

ଏଭଳି ଲୋକମାନେ ସ୍ୱଇଚ୍ଛାରେ ଚକ୍ଷୁାନ କଲେ ଏହା ସମାଜ ପାଇଁ ଲାଭାୟକ ବୋଲି କେନ୍ଦ୍ରାପଡ଼ାର ଡ଼ାକ୍ତର ଜି.ସି.ଦାସ କହିଛନ୍ତି । ସବୁ ଧର୍ମର ଲୋକମାନେ ଚକ୍ଷୁାନକୁ ସମର୍ଥନ କରିଥାନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version