Site icon Odisha.com

ବିଦେଶୀ ପୁଞ୍ଜି ବିନିଯୋଗକୁ ସିପିଆଇର ବିରୋଧ

 

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) ରିଟେଲରେ ବିଦେଶୀପୁଞ୍ଜି ବିନିଯୋଗକୁ ବିରୋଧ କରି ଏହା ବିରୁଦ୍ଧରେ ଆସନ୍ତା ଡ଼ିସେମ୍ବର ୧ରେ ଦେଶବ୍ୟାପୀ ହେବାକୁ ଥିବା ବନ୍ଦ ଡ଼ାକରାକୁ ସିପିଆଇ ସମର୍ଥନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ସୋମବାର ପାରାଦୀପ ଠାରେ ଅନୁଷ୍ଠିତ ଦଳର ୨୦ତମ ରାଜ୍ୟ ସମ୍ମିଳନୀରେ ସିପିଆଇର ବରିଷ୍ଠ ନେତାମାନେ କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତିକୁ ବିରୋଧ କରିଛନ୍ତି ।

ସରକାର ବଡ଼ବଡ଼ କମ୍ପାନୀ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ନିଷ୍ପତି ନେଇଛନ୍ତି ଏବଂ ଏହା ଛୋଟ ବ୍ୟବସାୟ ଉପରେ ପ୍ରଭାବ ପକାଇବ ବୋଲି ସିପିଆଇ ସାଧାରଣ ସଂପାଦକ ଏ.ବି.ବର୍ଦ୍ଧନ କହିଛନ୍ତି ।

ପୁଞ୍ଜି ବିନିଯୋଗ ଫଳରେ ଦେଶର ରିଟେଲ ବଜାର ପ୍ରଭାବିତ ହେବା ସହ ଗରିବ ସଂଖ୍ୟା ବୃଦ୍ଧି ପାଇବ, ସେ କହିଛନ୍ତି ।

କେନ୍ଦ୍ର ସରକାର ଛୋଟ ବ୍ୟବସାୟୀଙ୍କ ବିଷୟରେ ଠିକ୍ ଭାବେ ଚିନ୍ତା ନକରି ଏହି ନିଷ୍ପତି ନେଇଛନ୍ତି  ବୋଲି ଦଳର ପଲିଟ୍ବ୍ୟୁରୋ ସଦସ୍ୟ ତଥା ସାଂସଦ ଏ.ରାଜା କହିଛନ୍ତି ।

ଏହା ଦୁର୍ଭାଗ୍ୟଜନକ ଓ ରିଟେଲରେ ୫୧ ପ୍ରତିଶତ ବିଶେୀ ପୁଞ୍ଜି ବିନିଯୋଗ ହେଲେ ରାମ ଓ ବେକାରୀ ସଂଖ୍ୟା ବୃଦ୍ଧି ପାଇବା ସହ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡ଼ିବ । ଏହି ବିଷୟକୁ ଆସନ୍ତା ନିର୍ବାଚନରେ ଉପସ୍ଥାପନ କରାଯିବ ବୋଲି ଦଳର ରାଜ୍ୟଶାଖା ନେତା ରାମକୃଷ୍ଣ ପଣ୍ଡା
କହିଛନ୍ତି ।

“”ଭାରତୀୟ ବଜାର କଣ ଏବଂ ଏହା କିପରି ଚାଲୁଛି ପ୍ରଧାନମନ୍ତ୍ରୀ ତାହା ଜାଣିବା ଉଚିତ୍ । ପୁଞ୍ଜି ବିନିଯୋଗ ଦ୍ୱାରାଶେର ମେରୁଦଣ୍ଡ କୁହାଯାଉଥିବା ଛୋଟ ବ୍ୟବସାୟୀମାନେ ଭାଙ୍ଗି ପଡ଼ିବେ” ଉପସ୍ଥିତ ନେତାମାନେ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତି ବିରୁଦ୍ଧରେ ସର୍ବ ଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଡ଼ିସେମ୍ବର ୧ ତାରିଖରେ ଦେଶବ୍ୟାପୀ ବନ୍ଦ ଡ଼ାକରା ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

 

Exit mobile version