Site icon Odisha.com

ତିନି ମେଡ଼ିକାଲରେ ମାନସିକ ରୋଗୀଙ୍କୁ ମାଗଣାରେ ଔଷଧ

ଭୁବନେଶ୍ୱର, ନଭେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ତିନୋଟିଯାକ ମେଡ଼ିକାଲ କଲେଜ ହସ୍ପିଟାଲରେ ମାନସିକ ରୋଗୀଙ୍କୁ ମାଗଣା ଔଷଧ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଭିଏସ୍ଏସ୍ ମେଡିକାଲ ସମେତ ଏମ୍କେସିଜି ଏବଂ ଏସ୍ସିବିମେଡିକାଲରେ ମାନସିକ ରୋଗୀ ମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯିବ ବୋଲି ସ୍ୱସ୍ଥ୍ୟମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ସେମାବାର ଏକ ସମୀକ୍ଷା ବୈଠକରେ କହିଛନ୍ତି ।

ଏ ନେଇ ସମସ୍ତ ମେଡ଼ିକାଲ କଲେଜକୁ ୫୦ ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ଏକ ସମୀକ୍ଷା ବୈଠକରେ କହିଛନ୍ତି ।

ବୈଠକରେ ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲର ଉନ୍ନତି କରଣ ପାଇଁ ପ୍ରଦାନ କରାଯାଇଥିବା ଅର୍ଥ ଏବଂ ନିର୍ମାଣାଧୀନ ପ୍ରକଳ୍ପ ଗୁଡିକର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି ।

ଏହି ମେଡ଼ିକାଲ କଲେଜ ହସ୍ପିଟାଲରେ ପ୍ରାୟ ୨ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ଖୋଲା ଯାଇଥିବା
କାଥ୍ଲାବ୍ରେ ଏ ପର୍ଯ୍ୟନ୍ତ ପ୍ରାୟ ୧୦୦ ରୁ ଉଦ୍ଧ୍ୱର୍ ଏନଜିଓଗ୍ରାମ୍ କରାଯାଇଥିବା କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version